Below header

ଜ୍ଞାନବାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ, ମସଜିଦ କମିଟି ଆବେଦନକୁ ଖାରଜ କରି ଅନୁମତି ଦେଲେ ସୁପ୍ରିମକୋର୍ଟ

ବାରଣାସୀ ଜ୍ଞାନବାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ। ଅନୁମତି ଦେଲେ ସୁପ୍ରିମକୋର୍ଟ। ମସଜିଦ କମିଟି ଆବେଦନକୁ ଖାରଜ କରିବା ସହ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସର୍ବେକ୍ଷଣ ଜାରି ରଖିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ବାରଣାସୀ ଜ୍ଞାନବାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ। ଅନୁମତି ଦେଲେ ସୁପ୍ରିମକୋର୍ଟ। ମସଜିଦ କମିଟି ଆବେଦନକୁ ଖାରଜ କରିବା ସହ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସର୍ବେକ୍ଷଣ ଜାରି ରଖିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସର୍ଭେ ବେଳେ ମସଜିଦ ପରିସରରେ କୌଣସି ଖନନ କାର୍ଯ୍ୟ ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ସର୍ଭେ କରି ୪ ସପ୍ତାହ ମଧ୍ୟରେ ବାରଣାସୀ ଜିଲ୍ଲା କୋର୍ଟରେ ରିପୋର୍ଟ ଦାଖଲ କରିବ ଏଏସଆଇ।

ଏକ ପୁରୁଣା ମନ୍ଦିରର ଢାଞ୍ଚା ଉପରେ ଜ୍ଞାନବାପୀ ମସଜିଦ ନିର୍ମିତ ହୋଇଛି କି ନାହିଁ ସେ ନେଇ ବୈଜ୍ଞାନିକ ଅନୁଧ୍ୟାନ କରିବ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ। ସର୍ଭେ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ବାରଣାସୀ ଜିଲ୍ଲା କୋର୍ଟ। ଯାହାକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁସଲିମ ପକ୍ଷ।

ଗୁରୁବାର ମୁସଲିମ ପକ୍ଷର ଆବେଦନ ଖାରଜ କରି ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ଆଜି ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁସଲିମ ପକ୍ଷ । ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ଖାରଜ ହୋଇଛି। ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିଲା ସର୍ଭେ କାର୍ଯ୍ୟ।

ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ କାର୍ଯ୍ୟ ବନ୍ଦ ରହିଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସର୍ଭେ ଆରମ୍ଭ ହୋଇଛି। ଯେପରି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜେ ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.