୫ଦିନ ଯାଏ ରାଜ୍ୟରେ ନାହିଁ ବଡ଼ ବର୍ଷା ସମ୍ଭାବନା, ମୌସୁମୀ ଦୁର୍ବଳ

୫ଦିନ ଯାଏ ରାଜ୍ୟରେ ନାହିଁ ବଡ଼ ବର୍ଷା ସମ୍ଭାବନା । ମୌସୁମୀ ଦୁର୍ବଳ ହୋଇଛି । ଲଘୁଚାପ ବି ଦୁର୍ବଳ । ଉତ୍ତର ଛତିଶଗଡ଼ ସଂଲଗ୍ନ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଓ ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ।

ଏହାର ପ୍ରଭାବରେ ରାଜ୍ୟରେ କମିଛି ବର୍ଷାର ପରିମାଣ। ଆଗାମୀ ୨୪ ଘଣ୍ଟା ଓ କାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ତାରିଖରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପ ଓ ସକ୍ରିୟ ମୌସୁମୀ ବର୍ଷା ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଅଗଷ୍ଟ ୪ ମଧ୍ୟରେ ରାଜ୍ୟରେ ୬୩୧.୧ ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷା ଠାରୁ ୫ ପ୍ରତିଶତ ଅଧିକ। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୭.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.