ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ରାଜ୍ୟରେ ବଦଳିବନି ଡିଜିପି ନିଯୁକ୍ତି ପ୍ରକ୍ରିୟା

ଦିଲ୍ଲୀ(କେନ୍ୟୁଜ୍) : ବଦଳିବନି ଡିଜିପି ନିଯୁକ୍ତି ପ୍ରକ୍ରିୟା। ରାଜ୍ୟରେ ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଡିଜିପି ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯିବ। UPSC ଏହି ପ୍ୟାନେଲ ଗଠନ କରିବ। ପ୍ୟାନେଲର ଜଣଙ୍କୁ ଡିଜିପି ନିଯୁକ୍ତି ଦିଆଯିବ। ଡିଜିପିଙ୍କ ଅବ୍ୟାହତିର ତିନିମାସ ପୂର୍ବରୁ ରାଜ୍ୟ ସରକାର ତିନିଜଣ ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସସିକୁ ସୁପାରିଶ କରିବେ। ଅଭିଜ୍ଞତା ଓ ଦକ୍ଷତା ଭିତ୍ତିରେ ୟୁପିଏସପି ଡିଜିପି ନିଯୁକ୍ତି କରିବ। ନିଯୁକ୍ତି ପ୍ରକ୍ରିୟା ନିର୍ଦ୍ଦେଶ ନ ବଦଳାଇବା ଲାଗି ୫ଟି ରାଜ୍ୟ ପଞ୍ଜାବ, ହରିଆନା, କେରଳ, ପଶ୍ଚିମବଙ୍ଗ ଓ ବିହାର ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ସେପ୍ଟେମ୍ବର ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.