Below header

ଭୂକମ୍ପର ୨୭୮ ଘଣ୍ଟା ପରେ ଧ୍ୱଂସସ୍ତୁପ ତଳୁ ଉଦ୍ଧାର ହେଲେ ବ୍ୟକ୍ତି, ଜୀବିତ ଦେଖି ଚକିତ ହେଲେ ଲୋକେ

ଭୂକମ୍ପର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି । ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଜଣେ ୪୫ ବର୍ଷ ବୟସ୍କ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏମିତି ଘଟଣା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି ।

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିୟାରେ ହୋଇଯାଇଥିବା ଭୟଙ୍କର ଭୂକମ୍ପରେ ୪୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭୂକମ୍ପର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ଜାଣିବାକୁ ମିଳିଛି ।

ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଜଣେ ୪୫ ବର୍ଷ ବୟସ୍କ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏମିତି ଘଟଣା କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଉକ୍ତ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ଦେଖିବାକୁ ମିଳିଛି । ସେହିପରି ଗତ ଶୁକ୍ରବାର ମଧ୍ୟ ଭଗ୍ନାବଶେଷ ତଳୁ ଜଣେ ୧୪ ବର୍ଷୀୟ ବାଳକ ଏବଂ ଅନ୍ୟ ୨ ଜଣ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଭୂକମ୍ପର ୨୬୦ ଘଣ୍ଟା ପରେ ୧୪ ବର୍ଷୀୟ ଓସ୍ମାନଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତୟ ପ୍ରଦେଶର ଅନ୍ତକ୍ୟାରେ ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.