ନିର୍ଘାତ ତାତିରେ ଛଟପଟ: ଦେଶର ଅନେକ ରାଜ୍ୟରେ ଉପରମୁଁହା ପାରଦ,ଏହି ସବୁ ସ୍ଥାନ ଗୁଡିକରେ ବର୍ଷା ସତର୍କତା
ଏପ୍ରିଲ ଆରମ୍ଭରୁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ତେବେ ଏହି ରାଜ୍ୟଗୁଡିକର ସର୍ବାଧିକ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଉଛି ।

ଦେଶର ଅନେକ ରାଜ୍ୟରେ ଅତ୍ୟଧିକ ଗରମ ହେଉଛି । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ତେବେ ଏପ୍ରିଲ ଆରମ୍ଭରୁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ତେବେ ବର୍ତ୍ତମାନ ଓଡ଼ିଶା, ଝାଡଖଣ୍ଡ, ରାୟାଲିସିମା, ପଶ୍ଚିମବଙ୍ଗ, ଉପକୂଳ ଆନ୍ଧ୍ରପ୍ରଦେଶ, ୟନମ ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ଉତ୍ତାପ ତରଙ୍ଗ ସମ୍ପର୍କରେ ପାଣିପାଗ ବିଭାଗ ଚେତାବନୀ ଦେଇଛି ।
ଏହି ରାଜ୍ୟଗୁଡିକର ସର୍ବାଧିକ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଉଛି । ବିଦର୍ଭ ଏବଂ ତେଲେଙ୍ଗାନାରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରବଳ ଖରାର ପ୍ରଭାବ ଦେଖିବାକୁ ମିଳିଛି । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ସବୁ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ୪୦ ଡିଗ୍ରୀ ଅତିକ୍ରମ କରିଛି ।
ଗୁରୁବାର ଦିନ ବିହାର ସମେତ ରାଜ୍ୟର ନଅଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସେହି ରାଜ୍ୟ ଗୁଡିକ ହେଉଛି, ବକ୍ସାର ଜିଲ୍ଲା ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି, ତାପରେ ଶେଖପୁରାରେ ୪୨.୧ ଡିଗ୍ରୀ, ଔରଙ୍ଗବାଦରେ ୪୧.୫ ଡିଗ୍ରୀ, ବାଙ୍କାରେ ୪୧ ଡିଗ୍ରୀ, ଖାଗରିଆରେ ୪୦.୮ ଡିଗ୍ରୀ, ଗୋପାଳଗଞ୍ଜରେ ୪୦.୬ ଡିଗ୍ରୀ, ଭୋଜପୁର ଏବଂ ସିବାନରେ ୪୦.୩ ଡିଗ୍ରୀ ଏବଂ ନବାଦାରେ ୪୦.୩ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଇଏମଡି ସୂଚନା ଅନୁଯାୟୀ, ଡେହରୀରେ ୪୦ ଡିଗ୍ରୀ ସେଲସିୟସ, ଜାମୁଇରେ ୩୯.୯ ଡିଗ୍ରୀ, ଗୟାରେ ୩୯.୬ ଡିଗ୍ରୀ, ମୋତିହାରୀରେ ୩୯.୫ ଡିଗ୍ରୀ, ମଧୁବାନୀରେ ୩୯. ୩ ଡିଗ୍ରୀ, ସମେତ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା । ତେବେ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପଅବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯେଉଁ କାରଣଣୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ପ୍ରବଳ ଗରମ ଯୋଗୁଁ ଲୋକମାନେ ଅସୁବିଧାରେ ପଡ଼ିଥିବାବେଳେ ଉତ୍ତର-ପୂର୍ବ ଭାରତରେ ପାଣିପାଗର ସ୍ଥିତି ଅନେକ ଦିନ ଧରି ବଦଳୁଛି । ତେବେ ଉତ୍ତର-ପୂର୍ବ ଭାରତର କିଛି ଅଂଶ ବିଶେଷ କରି ମଣିପୁର ଏବଂ ଦକ୍ଷିଣ ପୂର୍ବ ଆସାମ ଏବଂ ଦକ୍ଷିଣ ମେଘାଳୟର ଆଖପାଖ ଅଞ୍ଚଳରେ ହାଲୁକା ରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏପରି ଭାବେ ଆଜି ଦିଲ୍ଲୀ-ଏନସିଆରରେ ହାଲୁକା ବର୍ଷା ହୋଇପାରେ । ଆକାଶ ମେଘୁଆ ରହିପାରେ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଜି ଦିଲ୍ଲୀର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝିପ୍ଝିପ୍ ବର୍ଷା ହୋଇପାରେ । ଏହା ସହ ଘଣ୍ଟା ପ୍ରତି ୨୫ ରୁ ୩୫ କିଲୋମିଟର ବେଗରେ ପବନ ଆଗାମୀ ତିନି ଦିନ ପାଇଁ ଦିନରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଗୁରୁବାର ସଫଦରଜଙ୍ଗରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ଥିଲା, ଯାହା ସ୍ୱାଭାବିକଠାରୁ ତିନି ଡିଗ୍ରୀ ଅଧିକ ଥିଲା । ତେବେ ଦିଲ୍ଲୀ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ପାଣିପାଗ ପରିବର୍ତ୍ତନ ହୋଇପାରେ । ଯାହାଫଳରେ କିଛି ସ୍ଥାନରେ ଅଳ୍ପ ବର୍ଷ ହୋଇପାରେ ।
ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନର ଅନେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଥିଲା । ପାଣିପାଗ ବିଭାଗ ଅନୁଯାୟୀ ଆଜି ତଥା ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ମେଘୁଆ ଆକାଶ ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ଜୟପୁର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହନୁମାନଗଡ, ଚରୁ, ଢୁଞ୍ଜୁନୁ, ସିକର ଏବଂ ରାଜ୍ୟର ଆଖପାଖ ଅଞ୍ଚଳରେ ବଜ୍ରପାତ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି । ତେବେ ଏପ୍ରିଲ୍ ୫ ରୁ ୬ ରେ କିଛି ଅଞ୍ଚଳରେ ମେଘୁଆ ଆକାଶ ଏବଂ ବିଚ୍ଛିନ୍ନ ସ୍ଥାନରେ ହାଲୁକା ବର୍ଷା କିମ୍ବା ଝିପ୍ଝିପ୍ ବର୍ଷା ହେବାର ସମ୍ଭାବନା ରହିଛି ।