କଂଗ୍ରେସକୁ ଝଟ୍କା, ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ
ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଉ ଏକ ଝଟକା । କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର ।

ଭୁବନେଶ୍ୱର (କେନ୍ୟୁଜ): ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଉ ଏକ ଝଟକା । କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର ।
ବିଶ୍ୱ ଭୂଷଣ ପିସିସି ଉପସଭାପତି ଥିଲେ। ୨୦୦୯ ଓ ୨୦୧୯ରେ କାକଟପୁର ନିର୍ବାଚନ ମଣ୍ଡଳୀ ରୁବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ ରେ ୫୮ ହଜାରରୁ ଅଧିକ ଓ ୨୦୨୯ରେ ୪୬ ହଜାରରୁଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ବିଶ୍ୱ ଭୂଷଣ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।