ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ରଙ୍ଗ କାରଖାନା, ୧୧ ଜଣ ଦଗ୍ଧ
ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ରଙ୍ଗ କାରଖାନା। ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ଗୁରୁବାର ରାତିରେ ଆଲିପୁର ଦୟାଲପୁର ବାଜରରେ ଥିବା ଏକ ରଂଗ କାରଖାନାରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା କାରଖାନା । ଅଗ୍ନିକାଣ୍ଡରେ ୧୧ ଜଣ ଦଗ୍ଧ ହୋଇଛନ୍ତି ।
ନୂଆଦିଲ୍ଲୀ:ଦିଲ୍ଲୀ ଆଲିପୁରରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ରଙ୍ଗ କାରଖାନା। ମୃତ୍ୟୁ ସଂଖ୍ୟା ୧୧ ହେଲାଣି । ଗୁରୁବାର ରାତିରେ ଆଲିପୁର ଦୟାଲପୁର ବାଜରରେ ଥିବା ଏକ ରଂଗ କାରଖାନାରେ ନିଆଁ ଲାଗି ଯାଇଥିଲା । ହୁହୁ ହୋଇ ଜଳିଥିଲା କାରଖାନା । ଅଗ୍ନିକାଣ୍ଡରେ ୧୧ ଜଣ ଦଗ୍ଧ ହୋଇଛନ୍ତି । ୪ ଜଣ ଆହତ ହୋଇଛନ୍ତି ।
ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ଅଛନ୍ତି । ଅଗ୍ନିକାଣ୍ଡ ବେଳେ ସେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ୨୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା ଘର ଦୋକାନରେ ନିଆଁ ଲାଗିଯାଇଥିଲା । କାରଖାନା ଭିତରେ ଏକ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।