Below header

ରେମଡେସିଭିର ଇଂଜେକ୍‌ସନ ନାମରେ ବିକୁଥିଲେ ପାରାସିଟାମଲ ଔଷଧ, ଠକ ଗ୍ୟାଙ୍ଗ୍‌ ଗିରଫ

ମୁମ୍ବାଇ : ସାରା ଦେଶ ଯେତେବେଳେ କରୋନା ସଂକ୍ରମଣରେ ସଂକ୍ରମିତ । ଲୋକେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି । କରୋନା ଭ୍ୟାକ୍‌ସିନ୍‌ ନେବା ପାଇଁ ଲୋକେ ତତ୍ପର ହେଉଥିବାବେଳେ ଏବେ ଭ୍ୟାକ୍‌ସିନ୍‌ର କିଛି ଅଭାବ ପରିଲକ୍ଷିତ ହୋଇଛି । ଯାହାର ଫାଇଦା ଉଠାଇଛନ୍ତି କିଛି ଠକ ଦଳ । ଏହି ଠକ ଦଳ କରୋନା ଭ୍ୟାକ୍‌ସିନ୍‌ ରେମଡେସିଭିର ନାମରେ ପାରାସିଟାମଲ ମେଡିସିନ ବିକୁଥିବା ଜଣାପଡ଼ିଛି । ପୋଲିସ ଏହି ଠକ ଦଳକୁ ଗିରଫ କରିବା ପରେ ପୁରା ଘଟଣାର ପର୍ଦା ଫାସ୍‌ ହୋଇଛି ।

cheating gang
photo credit: aajtak.in

ସୂଚନାନୁଯାୟୀ, ମହାରାଷ୍ଟ୍ରର ବାରାମତି ଅଞ୍ଚଳରେ କରୋନା ଭ୍ୟାକ୍‌ସିନ୍‌ ରେମଡେସିଭିର ଅଭାବ ହେବାର ଫାଇଦା ନେଇ ଏହି ଠକଦଳ ଖାଲି ରେମଡେସିଭିର ଇଂଜେକ୍‌ସନ୍‌ ଶିଶିରେ ପାରାସିଟାମଲ ଔଷଧ ପୁରାଇ ବିକୁଥିଲେ । ତାହା ପୁଣି ୩୫ ହଜାର ଟଙ୍କାରେ ।

ଏହି ଘଟଣାର ମାଷ୍ଟରମାଇଣ୍ଡ ଦିଲୀପ ଗାଇକଓ୍ଵାଡ୍‌ ଜଣେ ଇନସ୍ୟୁରାନ୍ସ କନ୍‌ସଲଟାଣ୍ଟ । ସେ ପ୍ରଥମେ ରେମଡେସିଭିର ଭ୍ୟାକ୍‌ସିନ୍‌ କୁ କିଣି ମୋଟା ଅଙ୍କରେ ବିକିବାର ଯୋଜନା କରିଥିଲେ । ହେଲେ ଏହି ଭ୍ୟାକସିନ୍‌ ର ଅଭାବ ହେବାରୁ ସେ କରୋନା ସେଣ୍ଟରରେ କାମ କରୁଥିବା ଜଣେ ବ୍ୟକ୍ତିର ସହାୟତା ନେଲେ ।

ps barmati
photo credit: aajtak.in

ଭ୍ୟାକ୍‌ସିନ୍‌ ସେଣ୍ଟରରୁ ଖାଲି ରେମଡେସିଭିର ଭ୍ୟାକ୍‌ସିନ୍‌ ଶିଶି ଏକାଠି କରି ସେଥିରେ ପାରାସିଟାମଲ ଔଷଧ ଭର୍ତ୍ତି କରି ବିକିବାକୁ ଲାଗିଲେ । ରୋଗୀର ଆବଶ୍ୟକତା ଅନୁଯାୟୀ ଭ୍ୟାକ୍‌ସିନ ପିଛା ୫ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ଯାଏ ବିକୁଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଏହି ଠକଦଳକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.