Below header

ଶୁଭଶ୍ରୀ କଙ୍କାଳ ମିଳିବା ଘଟଣାରେ ପୋଲିସ୍‌ ତଦନ୍ତକୁ ପ୍ରଶ୍ନ କଲେ ଗ୍ରାମବାସୀ

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ମିଳିଥିବା ନରକଙ୍କାଳ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ତାକୁ କୋର୍ଟ ଚାଲାଣ କରିବା ପରେ ପୋଲିସ୍‌ର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ କରିଛନ୍ତି ଗ୍ରାମବାସୀ । ପୋଲିସ କେବଳ ମିରଚାନ୍ଦପୁର ଗାଁର ଅରୁଣ କୁମାର ଜେନା ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖଣ୍ଡରା ଗାଁର ଶରତ ରାଉତଙ୍କଙ୍କ ଝିଅ ଶୁଭଶ୍ରୀ ନିଖୋଜ ହେବାର ୫ ମାସ ପରେ ପୋଖରୀରୁ ତାର ନରକଙ୍କାଳ ଉଦ୍ଧାର ହୋଇଥିବା ବେଳେ ଏହି ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ପରିବାର ଲୋକେ ଶୁଭଶ୍ରୀର ନିଖୋଜ ପଛରେ ଡ୍ରାଇଭର ହରିହର ନାୟକର ମୁଖ୍ୟ ଭୂମିକା ଥିବା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ସେଭଳି ଅଭିଯୋଗକୁ ଆଦୌ ଗ୍ରହଣ କରୁନାହିଁ । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଶୁଭଶ୍ରୀ ନିଖୋଜ ହେବା ପରଠାରୁ ପରିବାର ଲୋକେ ଗାଡି ଡ୍ରାଇଭର ହରିହର ନାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ଏହି ଘଟଣାରେ ସ୍ଥାନୀୟ ଅଂଚଳର ଶିବ ପଣ୍ଡା ନାମକ ବ୍ୟକ୍ତି ମଧ୍ୟସ୍ଥତା କରି ଆପୋଷ ସମାଧାନ କରିବାକୁ ଚାପ ପ୍ରୟୋଗ କରୁଥିଲା । କିନ୍ତୁ ସେମାନଙ୍କୁ ପୋଲିସ ଜାଣି ଶୁଣି ଅଣଦେଖା କରିଦେଇଛି ପୋଲିସ ।

SKELITON-2

ପୋଲିସ ଅଭିଯୁକ୍ତ ଅରୁଣକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା । ପୋଲିସ ର କହିବା ମୁତାବକ ଅରୁଣ ଶୁଭଶ୍ରୀକୁ ନେବା ପରେ ସ୍ଥାନୀୟ ପଂଚାୟତ ଘରେ ରଖି ତା ସହିତ ଶାରୀରିକ ସଂପର୍କ ରକ୍ଷା କରିଥିଲା । ଯାହାକୁ ବିଶ୍ୱାସ କରିପାରୁନାହାଁନ୍ତି ଗ୍ରାମବାସୀ ।

ପଂଚାୟତକୁ ଲାଗି ଏକାଧିକ ଅଫିସ ରହିଛି ଅନେକ ସମୟରେ ଲୋକଙ୍କ ଯିବା ଆସିବା ଲାଗି ରହିଛି । ସେଭଳି ସ୍ଥାନରେ କିଭଳି ଶୁଭଶ୍ରୀଙ୍କୁ ଆଣି ରଖିଲା ଅରୁଣ ତାହା କେହି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଅଛନ୍ତି । ହରିହର ନାୟକ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଗାଡି ଚଳାଉଥିଲା । ପୋଲିସ ଓ ପ୍ରଶାସନ ବଦନାମ ଭୟରୁ ରକ୍ଷା ପାଇବା ପାଇଁ କେବଳ ଅରୁଣଙ୍କୁ ଦୋଷୀ ସଜାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶୁଭଶ୍ରୀକୁ ହତ୍ୟା କରିବା ପରେ କିଭଳି ଜଣେ ବ୍ୟକ୍ତି ତାକୁ ନେଇ ପୋଖରୀରରେ ଫିଙ୍ଗି ପାରିଲା ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

SKELITON-4

ତେବେ ପୋଲିସର କହିବା ମୁତାବକ ଶୁଭଶ୍ରୀଙ୍କୁ ଯାଜପୁରରୁ କଟକ ଓ ଭୁବନେଶ୍ୱର ନିଆଯାଇଛି । ଏକାଧିକ ଯୁବକଙ୍କ ସହିତ ତାର ସଂପର୍କ ଥିଲା । ହେଲେ ଶୁଭଶ୍ରୀକୁ ହତ୍ୟା କରିବାରେ କେବଳ ଅରୁଣର ହାତ ରହିଛି ନା ଅନ୍ୟମାନଙ୍କୁ ଏଥିରୁ ଖସାଇ ଦିଆଯାଇଛି ? ଏସବୁ ପ୍ରତି ନଜର ଦେଇ ତଦନ୍ତ କରାନଗଲେ ଆନ୍ଦୋଳନ କରିବବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.