ଆସୁଛି ସାମସଙ୍ଗର ସବୁଠୁ ଶସ୍ତା 5G ଫୋନ, ଜାଣନ୍ତୁ ଏହାର ଦାମ୍‌ ସହ ଜବରଦସ୍ତ ଫିଚର୍ସ

ସାମସଙ୍ଗ ନିଜ ନୂଆ ମଡେଲ Galaxy A22 5G ଲଞ୍ଚ କରିବାକୁ ଯାଉଛି। ଏହା କିଛିଦିନ ଆଗରୁ ବ୍ୟୁରୋ ଅଫ ଇଣ୍ଡିଆ ଷ୍ଟାଣ୍ଡାର୍ଡ େଓ୍ଵବସାଇଟରେ ନଜର ଆସିଥିଲା। ସୂଚନା ଅନୁଯାୟୀ , ଏହି ଫୋନର ମଡେଲ ନମ୍ବର SM-A225F/DS ରହିଛି। ଏହା ବହୁତ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ତେବେ ଚାଲନ୍ତୁ ଜାଣିବା ଏହାର ଦାମ ସହଜବରଦସ୍ତ ଫିଚର୍ସ।

ସାମସଙ୍ଗର ସବୁଠୁ ଶସ୍ତା 5G ଫୋନ:

ରିପୋର୍ଟ ଅନୁଯାୟୀ ସାମସଙ୍ଗ Galaxy A22 ଫୋନ ଆଣ୍ଡ୍ରଏଡ ୧୧ ଆଉଟ ଅଫ ଦି ବକ୍ସ ସହ ବଜାର ପ୍ରବେଶ କରିବ । ତେବେ EU 229ର ଦାମ ୨୦,୪୫୦ ରହିଛି। ଏହି ଦାମ ପାଖାପାଖି ସାମସଙ୍ଗ Galaxy A22ର ଦାମ ରହିବାର ସୂଚନା ମିଳୁଛି। ଯଦି ଏଥିରେ କୌଣସି ପରିବର୍ତ୍ତନ ହେବ ତେବେ ଏହାର ଦାମ Galaxy A32 ତୁଳନାରେ ଶସ୍ତା ରହିିବ। ବର୍ତ୍ତମାନ ସମୟରେ Galaxy A32 କମ୍ପାନୀର ସବୁଠୁ ଶସ୍ତା 5G ଫୋନ ରହିଛି।

48mp କ୍ୟାମେରା:

ଏହି ଫୋନ ୪ଟି ରିୟର କ୍ୟାମେରା ସହ ବଜାର ପ୍ରବେଶ କରିବ। କ୍ୟାମେରାରେ ୪୮ମେଗାପିକ୍ସଲର ପ୍ରାଇମେରୀ ସେଂସର, ୮ମେଗାପିକ୍ସଲର ଅଲଟ୍ରାବାଇଡ ସେଂସର ଏବଂ ୨ମେଗାପିକ୍ସଲର ୨ଟି ସେଂସର ଦିଆଯାଇଛି। ଏହି ଫୋନରେ ମଲ୍ଟିପୁଲ ର‍୍ୟାମ ଓ ଷ୍ଟୋରେଜ ଅପସନ ରହିଛି। ଏହି ଫୋନର ୪ଟି (grey, purple, white, light green) କଲର ଅପସନ ମଧ୍ୟ ରହିଛି। ଏହାସହ MediaTek 700 କିମ୍ବା Qualcomm 480 5G ପ୍ରୋସେସର ଦିଆଯିବାର ସମ୍ଭାବନା ରହିିଛି।

sa
pc: YouTube

ଅନ୍ୟପଟେ କମ୍ପାନୀ ୨୮ ଅପ୍ରେଲରେ ଭାରତୀୟ ବଜାରରେ Galaxy M42 ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନୀର ସବୁଠୁ ପପୁଲାର Galaxy M ସିରିଜର ପ୍ରଥମ 5G ଫୋନ। ଏଥିରେ 6,000mAhର ବ୍ୟାଟେରୀ , 4GB Ram, 128GB ଷ୍ଟୋରେଜ, 64 ମେଗାପିକ୍ସଲର କ୍ୱାଡ କ୍ୟାମେରା ଓ କ୍ୱାଲକମର ସ୍ନାପଡ୍ରାଗନ 750G ପ୍ରୋସେସର ଭଳି ଫିଚର୍ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.