ବିମାନ ଯାତ୍ରୀଙ୍କୁ ଆଶ୍ୱସ୍ତୀ! ଯାତ୍ରା ତାରିଖ କିମ୍ବା ସମୟ ପରିବର୍ତ୍ତନ ଉପରେ କୌଣସି ଅତିରିକ୍ତ ଦେୟ ନେବ ନାହିଁ ସ୍ପାଇସ୍‌ଜେଟ

ଏୟାରଲାଇନ୍‌ କମ୍ପାନୀ ‘ସ୍ପାଇସ୍‌ଜେଟ’ ଯାତ୍ରୀମାନଙ୍କଠାରୁ ଯାତ୍ରାର ୫ ଦିନ ପୂର୍ବରୁ ଟିକେଟ ତାରିଖ କିମ୍ବା ସମୟ ପରିବର୍ତ୍ତନ ଉପରେ କୌଣସି ଅତିରିକ୍ତ ଦେୟ ନେବନାହିଁ। ପୂର୍ବରୁ ଏହି ଛାଡ ଅତି କମ୍‌ରେ ୭ ଦିନ ପାଇଁ ଥିଲା।

କମ୍ପାନୀ କହିଛି, ୧୭ ଏପ୍ରିଲରୁ ୧୫ ମେ ମଧ୍ୟରେ ଘରୋଇ ବିମାନ ଯାତ୍ରା ପାଇଁ ୧୭ ଏପ୍ରିଲରୁ ୧୦ ମେ ଭିତରେ ଟିକେଟ ବୁକ୍‌ କରିବାକୁ ଥିବା ଯାତ୍ରୀ କେବଳ ଗୋଟିଏ ଥର ପରିବର୍ତ୍ତନ ଫିସ୍‌ରେ ଛାଡ ପାଇପାରିବେ। କରୋନା ଯୋଗୁ କେତେକ ରାଜ୍ୟରେ ଲଗାଯାଇଥିବା ଲକ୍‌ଡାଉନ କାରଣରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ଇଣ୍ଡିଗୋ ମଧ୍ୟ ୩୦ ଏପ୍ରିଲ ପର୍ଯ୍ୟନ୍ତ ନେବ ନାହିଁ ପରିବର୍ତ୍ତନ ଫିସ୍‌

ଏଥି ପୂର୍ବରୁ ବି ଇଣ୍ଡିଗୋ ଘରୋଇ ବିମାନର ଟିକେଟ ଉପରେ ତାରିଖ କିମ୍ବା ସମୟ ବଦଳାଇବା ପାଇଁ କୌଣସି ଶୁଳ୍କ ନ ନେବାକୁ ନିଷ୍ପତ୍ତି ନେଇଥିଲା। କମ୍ପାନୀ ୧୭ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ନୂଆ ବୁକିଂ ଉପରେ ଚେଞ୍ଜ୍‌ ଫିସ୍‌ ନେବନାହିଁ। ସେପଟେ କରୋନା ମାମଲାକୁ ନଜରରେ ରଖି Directorate General of Civil Aviation (DGCA) ଚେତାବନୀ ଜାରି କରିଛି। ଯଦି କେହି କରୋନା ନିୟମ ଉଲ୍ଲଂଘନ କରୁଥିବାର ଧରାପଡ଼ନ୍ତି, ତ ଜରିମାନା ଲାଗିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.