ସାବଧାନ! ହ୍ଵାଟସଆପ ସହ ଗୁଗୁଲ ଆପରୁ ଆପଣଙ୍କ ତଥ୍ୟ ହୋଇପାରେ ଚୋରି

ଇଣ୍ଡିଆନ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମର ରିପୋର୍ଟ ଅନୁଯାୟୀ ହ୍ଵାଟସଅପ ଓ ଗୁଗୁଲ କ୍ରୋମ ମୋବାଇଲ ଆପରୁ ତଥ୍ୟ ଚୋରି ହେବାର ଖବର ସାମ୍ନାକୁ ଆସିଛି। ଦେଶର ସାଇବର ସୁରକ୍ଷା ଏଜେନସି ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି। ହ୍ଵାଟସଆପରୁ ତଥ୍ୟ ଚୋରି ହେବାର ଖବର ସମସ୍ତଙ୍କ ଚିନ୍ତା ବଢ଼ାଇଦେଉଛି। ତା’ ସାଙ୍ଗକୁ ଗୁଗୁଲ ବ୍ୟବହାରକାରୀଙ୍କର ତଥ୍ୟ ଚୋରି ହେବାର ଖବର ଶୁଣି ସମସ୍ତେ ଭୟଭୀତ ହୋଇଯାଇଛନ୍ତିି।

ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁଯାୟୀ, ସାଇବର ଅପରାଧି ନିଜ ଇଚ୍ଛାରେ ଏକ କୋର୍ଡ ନମ୍ବର ୟୁଜର୍ସଙ୍କ ଫୋନକୁ ପଠାଇବେ। ଏହି ନମ୍ବର ସାହାଯ୍ୟରେ ସେମାନେ ୟୁଜର୍ସଙ୍କ ଡାଟା ଲିକ କରପାରିବେ।

0909
pc: ADSLZone

ଏହା ହ୍ଵାଟସଅପର କେସ ସେଟିଙ୍ଗ ବା ଅଡିଓ ଡିକୋଡିଂ ସହ ଜଡିତ। ଏହାସହ ଅନ୍ୟ ଏକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। ଫୋନ ୟୁଜର୍ସମାନେ ପ୍ରାୟ ଗୁଗୁଲ ଆପକୁ ବେଶି ମାତ୍ରାରେ ବ୍ୟବହାର କରିଥାନ୍ତି। କିନ୍ତୁ ଗୁଗୁଲ କ୍ରୋମରେ ମଧ୍ୟ ତଥ୍ୟ ଚୋରିକୁ ନେଇ ଖବର ସାମ୍ନାକୁ ଆସିଛି। ଯାହାଦ୍ୱାରା ୟୁଜର୍ସଙ୍କ ଫୋନରେ ଅଟୋମେଟିକ ଅଲଗା େଓ୍ଵବସାଇଟ ଖୋଲିଯିବ। ଯାହା ତାଙ୍କୁ ହ୍ୟାକର୍ସଙ୍କ ଟାର୍ଗେଟକୁ ଆଣିବ।

0909655
pc: BGR.in

ଏହାର ସମାଧାନ ପାଇଁ ଆପଣଙ୍କୁ ଏହି ଉପାୟ ଗ୍ରହଣ କରିବାକୁ ପଡିବ:-

-ହ୍ଵାଟସଆପକୁ ତୁରନ୍ତୁ ଅପଡେଟ କରନ୍ତୁ।
-ଗୁଗୁଲ କ୍ରୋମକୁ ମଧ୍ୟ ଅପଡେଟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.