Below header

ନବରଙ୍ଗପୁର: ଶିକ୍ଷୟିତ୍ରୀଙ୍କ ପିସି ପ୍ରୀତି, ପୋଷାକ କିଣା ଟଙ୍କାର ଚେକ୍‌ ଦେବାକୁ ମାଗିଲେ ୧୫୦୦୦ ଟଙ୍କା

ଉମରକୋଟ(କେନ୍ୟୁଜ୍):  ଦୋକାନୀକୁ ପିସି ମାଗୁଛନ୍ତି ଜଣେ ଶିକ୍ଷୟତ୍ରୀ । କହୁଛନ୍ତି ୧୫୦୦୦ ଟଙ୍କା ଦିଅ ଚେକ୍‌ ଦେବି । ଏହା ଆମ ଷ୍ଟାଫ୍‌ ଖର୍ଚ୍ଚ ଆଉ ଅଡିଟ ଖର୍ଚ୍ଚ । ଏହି ସମୟର ଭିଡିଓକୁ କୟଦ ହୋଇ ରହିଛି ମୋବାଇଲ୍‌ରେ ।  ଦୋକାନ ମାଲିକଙ୍କୁ ପିସି ବାବଦ ଟଙ୍କା ପ୍ରଧାନ ଶିକ୍ଷୟିତ୍ରୀ ମାଗୁଥିବା ସମୟର ଭିଡିଓ   ହୋଇଛି ଭାଇରାଲ । ସରକାରୀ କାର୍ଯ୍ଯାଳୟ ମାନଙ୍କରେ ପିସି କାରବରକୁ ନେଇ ରାଜ୍ଯ ସରକାର କଡା ଆଭିମୁଖ୍ଯ ଗ୍ରହଣ କରୁଥିବା କହୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଦୋକାନକୁ ଯାଇ ବ୍ଯବସାୟୀଙ୍କୁ ୧୫ ପେରେସେଣ୍ଟ ହିସାବରେ ୧୫ ହଜାର ଟଙ୍କା ଦେଲେ ଯାଇ ବ୍ଯବସାୟୀଙ୍କ ୧ ଲକ୍ଷ ୮ ହଜାର ଟଙ୍କା ବକେୟା ରାଶିର ଚେକ ପ୍ରଦାନ କରିବେ ବୋଲି କହିଛନ୍ତି। ମୋ ସରକାର କିମ୍ବା ସରକାରଙ୍କ 5T  ଡର ନାହିଁ ଏହି ଶିକ୍ଷୟତ୍ରୀଙ୍କର ।

ଭିଡ଼ିଓରେ ଶିକ୍ଷୟିତ୍ରୀ ଦୋକାନୀକୁ କହୁଛନ୍ତି ଏହି ୧୫ ହଜାର ଟଙ୍କାରେ ଅଫିସ ଷ୍ଟାଫ ସହ ଅଡିଟ ଓ ନିଜର ଖର୍ଚ୍ଚ ରହିଛି । ୧୫ ହଜାର ଟଙ୍କା ନଦେଲେ ଚେକ ଦେବେନାହିଁ ବୋଲି ରୋକ୍‌ ଠୋକ୍‌  ଶୁଣାଇ ଦେଇଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳରେ। ଡାବୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ୧୮୦ ଜଣ ଛାତ୍ର,ଛାତ୍ରୀଙ୍କ ପାଇଁ ଦୁଇ ହଳ ସ୍କୁଲ ୟୁନିଫର୍ମ, ଦୁଇଟି ସକ୍ସ ଓ ଗୋଟିଏ ହଳ ସ୍କୁଲ ବୁଟ ପାଇଁ ସରକାରଙ୍କ ତରଫରୁ ଟଙ୍କା ଆସିଥିଲା।  ସମୁଦାୟ ୧ ଲକ୍ଷ ୮ ହଜାର ଟଙ୍କାର ପୋଷାକ ଡାବୁଗାଁ ସ୍ଥିତ ଗୋୟେଲ ଫୁଟ ୱେର ଆଣ୍ଡ ହୋମ ନୀଡ୍ସ ନାମକ ଏକ ଦୋକାନରୁ  ବିଦ୍ୟାଳୟ କମିଟି ସଦସ୍ଯ ନେଇଥିଲେ। ତାହା ପୁଣି  ଡୁମୁନିଗୁଡା  ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ E. ସରୋଜିନୀଙ୍କ ନିର୍ଦ୍ଦେଶ କ୍ରମେ ।

umorkote 1

ସ୍କୁଲକୁ ଡ୍ରେସ ଯୋଗାଇ ଦେଇଥିବା ଦୋକାନ ମାଲିକ ଗୋବିନ୍ଦ ଗୋପାଳ ବକେୟା ଟଙ୍କା ପାଇଁ ବାରମ୍ବାର  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଫୋନ କରିଥିଲେ ବି ଟଙ୍କା ନଦେଇ ଆଜି କାଲି କହି ବୁଲାଉଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଟଙ୍କା ନଦେବାରୁ ଦୋକାନୀ ସ୍କୁଲ କମିଟି ସଦସ୍ଯ ମାନଙ୍କୁ ବକେୟା ଟଙ୍କା ଦେବା ପାଇଁ କହିଥିଲେ। କମିଟି ସଭ୍ଯ ମାନେ ଏହି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ “ଏହି କଥା ମୁ ବୁଝିବି” ବୋଲି କହିଥିଲେ।  ଏହିଭଳି ଦେଢ଼ ମାସ ଚୁପ ରହିବା ପରେ ଡୁମୁନିଗୁଡା ପ୍ରଧାନ ଶିକ୍ଷୟିତ୍ରୀ, E.ସରୋଜିନୀ  ନିଜେ ଡ୍ରେସ ଦୋକାନକୁ  ଯାଇ ଦୋକାନ ମାଲିକଙ୍କୁ ପିସି ବାବଦକୁ ୧୫ ହଜାର ଟଙ୍କା ମାଗିଥିଲେ । ଟଙ୍କା  ଦେଲେ ୧ ଲକ୍ଷ ୮ ହଜାର ଟଙ୍କାର ଚେକ୍‌ ଦେବେ ନହେଲେ ଚେକ୍‌ ଦେବେ ନାହିଁ ବୋଲି କହିଥିଲେ । ଏହି ବିଷୟରେ ଡୁମୁନିଗୁଡା ବିଦ୍ୟାଳୟ କମିଟି ସଭ୍ଯ ପ୍ରଧାନ ଶିକ୍ଷୟିତ୍ରୀ ୧୫ ହଜାର ଟଙ୍କା ପିସି ମାଗିବା ଘଟଣାଟି ସତ୍ୟ ବୋଲି କହିଛନ୍ତି।

ଘଟଣା ସମ୍ପର୍କରେଡାବୁଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ହୋତା କହିଛନ୍ତି ଯେ ପ୍ରଧାନ ଶିକ୍ଷୟିତ୍ରୀ ଜଣକ କାହା ପାଇଁ ଟଙ୍କା ମାଗିଥିଲେ ସେ ଜାଣି ନାହାନ୍ତି ।  ତଦନ୍ତ କରିବା ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଏ ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ କିନ୍ତୁ ସେ  କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.