Below header

ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍‌) : ଉଧାର ଟଙ୍କାକୁ କେନ୍ଦ୍ର କରି ଜଣେ ବ୍ୟବସାୟୀଙ୍କୁ ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ଟଙ୍କା, ବ୍ୟାଙ୍କ ପାସ ବହି , ୨ଟି ଗାଡ଼ି ଓ ସ୍ୱାବ ମେସିନ ଜବତ କରିଛି ପୋଲିସ ।

ପୋଲିସ ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମର ପ୍ରତାପ ବେହେରା ଟାଙ୍ଗୀ ର ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ପ୍ରତାପ ବେହେରାଙ୍କ ଠାରୁ ଟାଙ୍ଗୀ ଥାନାଅଧୀନସ୍ଥ ଝରିଆ ଗ୍ରାମର ନୀଳକଣ୍ଠ ପଲେଇ ଟଙ୍କା ଉଧାର ନେଇ ନିଜର ବେପାର କରିଆସୁଥିଲେ । ଧାର ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ସିକ୍ୟୁରିଟି ଗାର୍ଡ ପ୍ରତାପ ଓ ନୀଳକଣ୍ଠ ଙ୍କ ମଧ୍ୟରେ ବଚସା ହୋଇଥିଲା ।

chandipur accused

ଏଥିରେ ଉତ୍ୟକ୍ତ ହୋଇ ପ୍ରତାପ ବେହେରା ତା’ର ସହଯୋଗୀମାନଙ୍କ ସହାୟତାରେ ବ୍ୟବସାୟୀ ନୀଳକଣ୍ଠ ପଲେଇଙ୍କୁ ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ବଳପୂର୍ବକ ଅପହରଣ କରିନେଇ ମୁଣ୍ଡ ଜାମିନ୍ ରଖିଥିବା ନୀଳକଣ୍ଠଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କନ୍ଧ ନୟାଗଡ ଜଙ୍ଗଲ ମଧ୍ୟରୁ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିଲେ ।

ପୋଲିସ ଅପହରଣ ପାଇଁ ବ୍ୟବହୃତ ଗୋଟିଏ ପଲସର ବାଇକ୍ , ଗୋଟିଏ ସ୍କୁଟି, ଗୋଟିଏ ସ୍ୱାଇବ ମେସିନ, ଏଟିଏମ୍ କାର୍ଡ ସହ ୨୮ ହଜାର ଟଙ୍କା ଜବତ ସହ ମୁଖ୍ୟ ଅଭିଯୁକ୍ତ ପ୍ରତାପ ବେହେରା ଓ ତାର ସହଯୋଗୀ ସୌଭାଗ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.