Below header

ପୁଣି ଫେରିଲା ୟୁନିଫର୍ମ ସିଭିଲ କୋଡ୍‌ ଚର୍ଚ୍ଚା, ସାନି ପ୍ରକ୍ରିୟା ଆରମ୍ଭ କଲା ୨୨ତମ ଲ କମିଶନ ଅଫ ଇଣ୍ଡିଆ

ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ମତାମତ ରଖିବେ। ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗରେ ୨୧ତମ ଲ କମିଶନ ୨୦୧୮ରେ ଜନସାଧାରଣଙ୍କ ମତାମତ ମାଗିଥିଲା। ସେତେବେଳେ ପରିବାର ଆଇନ ସଂସ୍କାରକୁ ନେଇ ଉତ୍ସାହଜନକ ମତାମତ ଆସିଥିଲା।

କେନ୍ୟୁଜ୍(ବ୍ୟୁରୋ): ପୁଣି ଫେରିଲା ୟୁନିଫର୍ମ ସିଭିଲ କୋଡ ଚର୍ଚ୍ଚା। ସମାନ ନାଗରିକ ସଂହିତା ନେଇ ଜନମତ ମାଗିଲା ୨୨ତମ ଲ କମିଶନ । ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ସାନି ପ୍ରକ୍ରିୟା ଆରମ୍ଭ କରିଛି ୨୨ତମ ଲ କମିଶନ ଅଫ ଇଣ୍ଡିଆ। ଦେଶବ୍ୟାପୀ ଜନସାଧାରଣ ମତାମତ ରଖିପାରିବେ। ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ମତାମତ ରଖିବେ। ୟୁନିଫର୍ମ ସିଭିଲ କୋଡ୍‌ ପ୍ରସଙ୍ଗରେ ୨୧ତମ ଲ କମିଶନ ୨୦୧୮ରେ ଜନସାଧାରଣଙ୍କ ମତାମତ ମାଗିଥିଲା। ସେତେବେଳେ ପରିବାର ଆଇନ ସଂସ୍କାରକୁ ନେଇ ଉତ୍ସାହଜନକ ମତାମତ ଆସିଥିଲା। ୩ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ଏହି ପ୍ରକ୍ରିୟା ପୁନଃ ଆରମ୍ଭ କରାଯାଇଥିବା ୨୨ତମ ଲ କମିଶନ ପକ୍ଷରୁ କୁହାଯାଇଛି।

ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ସେମାନେ ୩୦ ଦିନ ମଧ୍ୟରେ ମତାମତ ଦେଇ ପାରିବେ। ପରାମର୍ଶ, ଆଲୋଚନା ଏବଂ ଓ୍ଵାର୍କିଂ ପେପର ଭଳି ଯେ କୌଣସି ପ୍ରକାରରେ ସେମାନେ ମତାମତ ରଖିପାରିବେ। ବ୍ୟକ୍ତିବିଶେଷ ବା କୌଣସି ଅନୁଷ୍ଠାନକୁ ମତାମତ ପାଇଁ ଲ କମିଶନ ମଧ୍ୟ ଡାକି ପାରନ୍ତି। ଏବେ ପର୍ସନାଲ ଲ ଗୁଡ଼ିକ ପ୍ରାୟ ନିଜର ଧର୍ମ ଆଧାରରେ ପରିଚାଳିତ ହେଉଛି। ୟୁନିଫର୍ମ ସିଭିଲ କୋଡ୍‌ ଲାଗୁ ହେଲେ ଧର୍ମ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନ ଲାଗୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.