ଅନୁଗୁଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼, ଜଣେ ମୃତ

କେଛୁଆନାଳୀ ଗ୍ରାମର ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର ମାଡ଼ କରିଥିଲା।  ପରେ ଏକ ଦେଶୀ ବନ୍ଧୁକରେ ରେଞ୍ଜର ପଛକୁ ଗୁଳି ମାଡ଼ କରିଥିଲା ମଙ୍ଗୁଳୁ ଭୋଇ ।

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା କେଛୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରେଞ୍ଜର ଭୋଇ । କେଛୁଆନାଳୀ ଗ୍ରାମର ରେଞ୍ଜର ଭୋଇଙ୍କ ଘରେ ସେହି ଗ୍ରାମର ମଙ୍ଗୁଳୁ ଭୋଇ ପଶି ପ୍ରଥମେ ପଥର ମାଡ଼ କରିଥିଲା।  ପରେ ଏକ ଦେଶୀ ବନ୍ଧୁକରେ ରେଞ୍ଜର ପଛକୁ ଗୁଳି ମାଡ଼ କରିଥିଲା ମଙ୍ଗୁଳୁ ଭୋଇ ।

ଗୁଳିମାଡ଼ କରିବା ପରେ ମଙ୍ଗୁଳୁ ଭୋଇ ଫେରାର ହୋଇ ଯାଇଛି। ଗୁଳି ମାଡ଼ରେ ରେଞ୍ଜର ଭୋଇଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ ପରେ ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି। ଲୋକେ ଘରୁ ବାହାରୁ ନାହାନ୍ତି କି କିଛି କହୁ ନାହାନ୍ତି। ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.