Below header

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକ୍ ନେବ ତୃତୀୟ ଲହର, ଟିକା ନେଇନଥିବା ବ୍ୟକ୍ତି ହେବେ ସୁପରସ୍ପ୍ରେଡର

କରୋନା କଟକଣା ନ ମାନିଲେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକ ନେବ ତୃତୀୟ ଲହର। କରୋନା ଭାଇରସର ତୃତୀୟ ଲହର ନେଇ କେନ୍ଦ୍ର ସରକାରଙ୍କ କୋଭିଡ 19 ପରାମର୍ଶ ଦାତା କମିଟି ଏହିଁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି କମିଟି ସମସ୍ତ ରାଜ୍ୟମାନଙ୍କୁ ସଚେତନ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ନେଇ ତିନୋଟି ସିନାରିଓ ଦେଇଛି ଏହି ପ୍ୟାନେଲ । ସେମାନଙ୍କ ଆକଳନ ଅନୁଯାୟୀ ଅଗଷ୍ଟରେ ସବୁ ଖୋଲିଯିବ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ରହିଛି।

ପ୍ରଥମ ସିନାରିଓ ଅନୁଯାୟୀ 50 ହଜାରରୁ 1 ଲକ୍ଷ ଭିତରେ ଦୈନିକ ସଂକ୍ରମଣ ରହିବ। ଦ୍ଵିତୀୟ ସିନାରିଓ ଅନୁଯାୟୀ ଭ୍ୟାକ୍ସିନର ଏଫିକେସି 20 ପ୍ରତିଶତ କମ ରହିବ । ଦୈନିକ ସଂକ୍ରମଣ 1 ଲକ୍ଷରୁ ଊର୍ଦ୍ଧ୍ବ ରହିବ। ତୃତୀୟ ସିନାରିଓ ଅନୁଯାୟୀ ଯଦି ଓଷ୍ଟ କେସରେ ଯଦି ନୂଆ ଭେରିୟାଣ୍ଟ ଆସିଲା ତେବେ ଏହା ଅଧିକ ସଂକ୍ରମଣ କ୍ଷମତା ରଖିବ । ଯେଉଁଥିରେ ଦେଢ଼ ଲକ୍ଷ ରୁ ଦୁଇ ଲକ୍ଷ ଦୈନିକ ସଂକ୍ରମଣ ଆସିବ ।

ଯଦି ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ କଟକଣା କୋହଳ କରିଦିଆଯିବ ତେବେ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବ। ତେଣୁ ଅଗଷ୍ଟରେ କଟକଣା କୋହଳ ନ କରିବାକୁ କମିଟି ସତର୍କ କରିଛି । ଅଧିକାଂଶ ଲୋକ ଟିକା ନ ନେବା ପର୍ଯ୍ୟନ୍ତ ଏହିପରି କଟକଣା ବଳବତ୍ତର ରହିବା ଉଚିତ। ଏଥିସହ କମିଟି କହିଛି ଯଦି ଦ୍ରୁତ ଟିକାକରଣ ହେବ ତେବେ ତୃତୀୟ ଲହରର ସଂକ୍ରମଣ କମ୍ ରହିବ। ଟିକା ନେଇନଥିବା ବ୍ୟକ୍ତି ସୁପରସ୍ପ୍ରେଡର ହେବେ। ତେଣୁ କୋଭିଡ କଟକଣା ଓ ସାମାଜିକ ଦୂରତ୍ୱ ମାନିବାକୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.