ଆଜି ଅଯୋଧ୍ୟା ମାମଲା ଓ ରାଫେଲ ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ୟୁଜ୍) : ଆଜି ସୁପ୍ରିମକୋର୍ଟରେ ବଡ଼ ଦିନ । ଅଯୋଧ୍ୟା ମାମଲା ଓ ରାଫେଲ ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଅୟୋଧ୍ୟା ନେଇ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବେଞ୍ଚ ଶୁଣାଣି କରିବେ । ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ସୁପ୍ରିକୋର୍ଟରେ ୧୪ଟି ଆବେଦନ କରାଯାଇଥିଲା ।
ହାଇକୋର୍ଟ ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିକୁ ସୁନୀ ଓ୍ଵାଖଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲାଲଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଆଜି କୋର୍ଟରେ ଶୁଣାଣି ହେବ ।
ରାଫେଲ ପ୍ରସଙ୍ଗରେ ଆଜି ଶୁଣାଣି :
ସେହିପରି ରାଫେଲ ପ୍ରସଙ୍ଗରେ ଆଜି ଶୁଣାଣି ହେବ । ଡିସେମ୍ବର ୧୪ରେ ରାଫେଲ ଡିଲ୍ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନକୁ ଖାରଜ କରିଥିଲେ କୋର୍ଟ । ରାଫେଲ ଡିଲ୍ରେ କୌଣସି ଅନିୟମିତତା ହୋଇନଥିବା କହିଥିଲେ ପ୍ରଧାନ ବିଚାରପତି । ଅଫସେଟ୍ ପାର୍ଟନର ଚୟନରେ ବି ପକ୍ଷପାତିତା ହୋଇନି । ତେଣୁ କୋର୍ଟଙ୍କ ତତ୍ତ୍ୱାବଧାନରେ ରାଫେଲ୍ ଡିଲ୍ ନେଇ ତଦନ୍ତର ଆବଶ୍ୟକତା ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ ।
ଗତ ବର୍ଷ ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ କହିଥିଲେ, ଜାନୁଆରୀରେ ଏହି ମାମଲାର ଶୁଣାଣି ହେବ । ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଅଧ୍ୟାଦେଶ ଆଣିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି ।