Below header

ଆଜି ବିଶ୍ୱ କର୍କଟ ଦିବସ, ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଥିମ୍ ରଖିଛି ‘ମୁଁ ଅଛି ଆଉ ମୁଁ ହିଁ ରହିବି’

ଆଜି ବିଶ୍ୱ କର୍କଟ ଦିବସ । ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରାଯାଏ । ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ କ୍ୟାନସର ଦିବସର ଥିମ୍ ରଖିଛି ‘ମୁଁ ଅଛି ଆଉ ମୁଁ ହିଁ ରହିବି’ । ୧୯୩୩ ମସିହାରେ ଜେନିଭାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ବର୍ତ୍ତମାନ ସାରା ବିଶ୍ୱରେ ବର୍ଷକୁ ୭୬ ଲକ୍ଷ ଲୋକ କର୍କଟରେ ପ୍ରାଣ ହରାଉଛନ୍ତି । ଚିକିତ୍ସା ବିଜ୍ଞାନର ବିକାଶ ସତ୍ତ୍ୱେ ୨୦୨୫ ସୁଦ୍ଧା କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୬୦ ଲକ୍ଷ ଟପିଯିବ ବୋଲି ଆଶଙ୍କା କରାଯାଉଛି । ମଦ୍ୟପାନ, ଧୂମପାନ କରୁଥିବା ଲୋକେ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ସହ ବ୍ୟାୟାମ କଲେ କର୍କଟ ଶିକାର ହେବାର ଆଶଙ୍କା ୩୦ ପ୍ରତିଶତ କମିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.