Below header

ମେକ୍ସିକୋର ଏକ ବାର୍‌ରେ ଆଖିବୁଜା ଗୁଳିଚାଳନା, ୧୨ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଳୀ : ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳିଚାଳନରେ ୧୨ ଲୋକଙ୍କ ମୃତ୍ୟୁ ହୋଇଛି । ଜଣେ ବନ୍ଧୁକଧାରୀ ଆତଙ୍କବାଦୀ ଏକ ବାର ଉପରେ ଆଖିବୁଜା ଗୁଳିଚାଳନା କରି ସେଠାରେ ଆତଙ୍କ ଖେଳାଇ ଦେଇଥିଲେ । ଅଚାନକ ଗୁଳି ଚାଳନାରେ ନିଜକୁ ବଞ୍ଚାଇବା ପାଇଁ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରହିଛି ।

ଏହି ଆକ୍ରମଣରେ ୬ ମହିଳାଙ୍କ ସମେତ ୧୨ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ବହୁ ଲୋକ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଏହି ଘଟଣାକୁ ଗ୍ୟାଙ୍ଗଓ୍ଵାର ମାମଲା ହୋଇପାରେ ବୋଲି ମଧ୍ୟ ସେ ଦିଗରୁ ତଦନ୍ତ କରୁଛି । ଗୋଟିଏ ମାସରେ ଏହା ଦ୍ୱିତୀୟ ଥର ପାଇଁ ଗୁଳିକାଣ୍ଡ ଘଟିଛି । କିଛି ଦିନ ତଳେ ଗୁଆନାଜୁଆତା ଷ୍ଟେଟ ଅଂଚଳରେ ମଧ୍ୟ ଏପରି ଗୁଳିକାଣ୍ଡ ଘଟଣା ଘଟିଥିଲା । ଯେଉଁଥିରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.