Below header

ଆଫଗାନିସ୍ତାନ: ବାୟୁସେନାର ଦୁଇ ହେଲିକ୍ଟପର ଦୁର୍ଘଟଣାଗ୍ରସ୍ତ, ୧୫ ମୃତ

ଆଫଗାନିସ୍ଥାନରେ ଭୟାନକ ବିମାନ ଦୁର୍ଘଟଣା। ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେଲିକପ୍ଟର ଯୋଗେ କମାଣ୍ଡୋମାନଙ୍କୁ ଗୋଟିଏ ସ୍ଥାନରେ ଛାଡି, ସେଠାରୁ କିଛି ଆହତ ସୈନମାନଙ୍କୁ ନେଇଯାଉଥିଲେ । କିନ୍ତୁ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ଦୁର୍ଘଟଣା ଘଟିଛି । ସୈନ୍ୟ ନେଇ ଯାଉଥିବା ବେଳେ ୨ଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଯାହାଫଳରେ କି ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.