ରାଜ୍ଯରେ ଆଜି ୨୬୦୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୫ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୬୦୪ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୫୧୧ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୧୦୯୩ ରହିଛି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ରହିଛି ଅନୁଗୁଳ ଜିଲ୍ଲା । ଅନୁଗୁଳରେ ୨୧୬ ନୂଆ କେସ୍‌ ସାମ୍ନାକୁ ଆସିଛି ।

କଟକରୁ ୨୦୯, ସୁନ୍ଦରଗଡରୁ ୧୮୬, ବାଲେଶ୍ୱରରୁ ୧୬୪ ମୟୂରଭଞ୍ଜରୁ ୧୨୨ ଓ ଯାଜପୁରରୁ ୧୧୩ ନୂଆ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୨୫ ହଜାର ୪୨୮ ଥିବାବେଳେ ୨ ଲକ୍ଷ ୩୨ ହଜାର ୯୮୮ ଜଣ ସୁସ୍ଥ ହେଲେଣି ।

ସେହିପରି ରାଜ୍ୟରେ ଆଜି ୧୫ଜଣଙ୍କ ଜୀବନ ନେଇଛି କରୋନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.