Below header

ୟୁକ୍ରେନ ମାଟିରେ ରକ୍ତପାତ ହେଲେ , ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇ ପାରେ

ନୂଆଦିଲ୍ଳୀ : ୟୁକ୍ରେନ ସଙ୍କଟ ଦଶନ୍ଧିର ସବୁଠୁ ବଡ଼ ସୁରକ୍ଷା ସଙ୍କଟ। ୟୁକ୍ରେନ ମାଟିରେ ରକ୍ତପାତ ହେଲେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ। ନାଟୋର ସୁରକ୍ଷା ସଂମ୍ବନ୍ଧୀୟ ଆଲୋଚନାରେ ୟୁକ୍ରେନ ସଙ୍କଟ ନେଇ ଏଭଳି ବୟାନ ରଖିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏଭଳି ଯୁଦ୍ଧକୁ କ୍ରେମଲିନ ସହ ପୁରା ରୁଷିଆ କେବେ ଚାହିଁବ ନାହିଁ ବୋଲି ସେ କହିଛନ୍ତି।

ୟୁକ୍ରେନ ସୀମାରେ ରୁଷ ଏକଲକ୍ଷ ୩୦ହଜାରରୁ ଅଧିକ ସୈନ୍ୟ ମୁତୟନ କରିବା ପରେ ବିଶ୍ୱରେ ଚିନ୍ତା ବଢିଛି। ପ୍ରତି ମୁହୁର୍ତ୍ତରେ ୟୁକ୍ରେନ ଆକାଶରେ ଯୁଦ୍ଧର କଳାବାଦଲ ଘୁରି ବୁଲୁଛି। କୁଟନୀତିଜ୍ଞ ସ୍ତରରେ ଆଲୋଚନା ମାଧ୍ୟମରେ ଯୁଦ୍ଧକୁ ଟାଳିବାକୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ରୁଷିଆ କିନ୍ତୁ ସମରସଜାକୁ ଆହୁରି ଜୋରଦାର କରିଛି।

ୟୁକ୍ରେନ ଓ ରୁଷ ଯୁଦ୍ଧ ଟାଳିବାକୁ ସବୁ ପ୍ରୟାସ ବିଫଳ ହେଉଥିବା ଦେଖାଯାଇଛି। ରୁଷକୁ ଆମେରିକାର କଡ଼ା ଚେତାବନୀ ପରେ ବି ବଢୁଛି ଉତ୍ତେଜନା। କୌଣସି ମୁହୁର୍ତ୍ତରେ ଲାଗିପାରେ ଯୁଦ୍ଧ। ସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ନିଜ ଦେଶର ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

କିଛିଦିନ ମଧ୍ୟରେ ମସ୍କୋ କୌଣସି ବଡ଼ ପଦକ୍ଷେପ ନେଇପାରେ ଆଶଙ୍କା କରାଯାଉଛି। ଦୁଇଦେଶ ମଧ୍ୟରେ ଯୁଦ୍ଧ ଦେଲେ ଏହା କେବଳ ଦୁଇ ଦେଶରେ ସୀମିତ ହୋଇ ରହିବ ନାହିଁ। ଏହା ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇ ପାରେ ବୋଲି ଆଶଙ୍କା ରହିଛି। ଆମେରିକା ସହ ପାଶ୍ଚାତ୍ୟ ଦେଶ ସମୁହ ୟୁକ୍ରେନ ସପକ୍ଷରେ ରହିଥିବା ବେଳେ ରୁଷ ସହ ଚୀନ ରହିଛି।

ସେପଟେ ସମୁଦ୍ରରେ ଋଷ-ୟୁକ୍ରେନ୍ ବିବାଦରେ ଶକ୍ତି ପ୍ରଦର୍ଶନ ଆରମ୍ଭ। ୟୁକ୍ରେନ ସୀମାରେ ଥିବା ବେଲାରୁଷରେ ଫାୟାର ଡ୍ରିଲ ଆରମ୍ଭ କରିଛି ରୁଷ। ୟୁକ୍ରେନକୁ ସମୁଦ୍ର ବାରଣ କରିଛି ରୁଷ। ସମୁଦ୍ର ଅବରୋଧ ନେଇ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତିଷ ନୌସେନାର ସମରାଭ୍ୟାସ ପାଇଁ ସମୁଦ୍ର ଅବରୋଧ କରିଛି ରୁଷ। ୟୁକ୍ରେନ ଆକ୍ରମଣ ପାଇଁ କୌଣସି ଯୋଜନା ନଥିବା ଦାବି କରୁଥିବା ବେଳେ ଋଷିଆ ବେଲାରୁଷରେ ମିଲିଟାରୀ ଡ୍ରିଲ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.