Below header

ଚାଣକ୍ୟ ନୀତି : ଏମିତି ଲୋକଙ୍କ ପାଖରେ କେବେ ବି ଧନର ହୋଇନଥାଏ ଅଭାବ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଧନ ରୋଜଗାର ଅପେକ୍ଷା ଏହାକୁ ସଂଚୟ କରି ରଖିବା କଷ୍ଟ ସାଧ୍ୟ ହୋଇଥାଏ । କିଛି ଲୋକ କମ ଧନ ରୋଜଗାର କଲେ ବି ଭଲ ସଂଚୟ କରିଚପାରିଥାନ୍ତି । କିଛି ଲୋକ ବହୁତ ଧନ ଅର୍ଜନ କଲେ ବି ଟଙ୍କାଟିଏ ରଖି ପାରି ନଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଧନ ସହିତ ଜଡିତ କିଛି ଉପଦେଶ ଦେଇଛନ୍ତି ଯାହାକୁ ଆପଣେଇ ଧନ ସଂଚୟ କରିପାରିବେ ।

ଶ୍ଳୋକ :

ଅନ୍ୟାୟୋପାର୍ଜିତଂ ବିତଂ ଦଶବର୍ଷାଣି ତିଷ୍ଠତି ।

ପ୍ରାପ୍ତେ ଚ ଏକାଦଶେ ବର୍ଷେ ସମୁଳଂ ତଦ୍‌ ବିନଶ୍ୟତି ।।

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ ଚୋରି, ଜୁଆ, ଅନ୍ୟାୟ ଉପାୟରେ ଅର୍ଜିତ ଧନ ଅଧିକ ସମୟ ପର୍ଯ୍ୟନ୍ତ ଆମ ପାଖରେ ରହେ ନାହିଁ । ଏହି ଧନ ବହୁତ ଶୀଘ୍ର ନଷ୍ଟ ହୋଇଥାଏ । ତେଣୁ ବ୍ୟକ୍ତିକୁ ଅନ୍ୟାୟ ଉପାୟରେ ଧନ ଅର୍ଜନ କରିବା ଉଚିତ୍‌ ନୁହେଁ ।

ଯଦି ଆପଣ ସବୁଦିନ ପାଇଁ ଧନ ରଖିବାକୁ ଚାହୁଁଛନ୍ତି ତେବେ ଏହାର ସଂଚୟ କରିବା ଉଚିତ୍‌ । ଏଥିପାଇଁ ପରିଶ୍ରମ କରିବା ଉଚିତ୍‌ । ଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ଦେବେ । ଯଦି ଆପଣ ଅଧିକ ଧନ ପାଇଁ ଭୁଲ ରାସ୍ତା ଆପଣେଇବେ ତେବେ ଏହା ଶୀଘ୍ର ନାଶ ଯିବ ।

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି, ଯେପରି କି ଅନ୍ୟାୟ ଉପାୟରେ ଅର୍ଜିତ ଧନ ୧୦ ବର୍ଷ ଯାଏ ରହିଥାଏ । ଏଗାର ବର୍ଷ ହେଲେ ଏହା ସମୁଳେ ନଷ୍ଟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.