Below header

ଫାଇଲେରିଆ ନିରାକରଣ ଅଭିଯାନ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ଖାଇବେ ଲୋକେ

ଦେଶରେ ମିଶନ ମୋଡରେ ଫାଇଲେରିଆ ଅଭିଯାନ । ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ତେବେ ଲୋକେ ଯେଭଳି ଭାବରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ଖାଇବେ ସେଥିପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ପରାମର୍ଶ ଦେଇଛି ।

ନୂଆଦିଲ୍ଲୀ : ଦେଶରେ ମିଶନ ମୋଡରେ ଫାଇଲେରିଆ ଅଭିଯାନ । ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ତେବେ ଲୋକେ ଯେଭଳି ଭାବରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ଖାଇବେ ସେଥିପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଜନ ଭାଗୀଦାରୀ ଓ ମିଶନ ମୋଡରେ ପ୍ରଣୟନ ହେଉଥିବା ଅଭିଯାନ ଜରିଆରେ ବୈଶ୍ବିକ ଲକ୍ଷ୍ୟ ଠାରୁ ତିନି ବର୍ଷ ଆଗରୁ ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । “ଜନଭାଗିଦାରୀ, ‘ସମ୍ପୂର୍ଣ୍ଣ ସରକାର’ ଏବଂ ସମଗ୍ର ସମାଜ’ ଆଭିମୁଖ୍ୟ ମାଧ୍ୟମରେ ଆମେ ଦେଶରୁ ଏହି ରୋଗକୁ ଦୂର କରିବାରେ ସକ୍ଷମ ହୋଇପାରିବା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମନସୁଖ ମାଣ୍ଡଭୀୟ କହିଛନ୍ତି ।

କେବଳ ଔଷଧ ସେବନ ମଧ୍ୟରେ ସୀମିତ ନ ରହି ମଶା ମାଧ୍ୟମରେ ରୋଗ ବିସ୍ତାରକୁ ଦୂର କରିବା ଉପରେ ଗୁରୁତ୍ବ ଦିଆଯାଇଛି । ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଖାଇବେ। ଏହି ଅବସରରେ ଜନସ୍ଵାଥ୍ୟ ବିଭାଗର କନଫୋରେନ ହଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଇଛି । ଆସନ୍ତା ୧୦ ରୁ ୧୯ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଘର ଘର ଯାଇ ପରିବାର ସଦସ୍ୟଙ୍କୁ ଆଶାକର୍ମୀ ଓ ତାଲିମ ପ୍ରାପ୍ତ ସ୍ବେଛାସେବୀ ଔଷଧ ଖୁଆଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.