ଆମେରିକାରେ ଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି, H1 B ଭିସା ବ୍ୟବହାରକାରୀ କରିପାରିବେ କାମ

ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଆମେରିକାର ଏକ ଅଦାଲତ ଏଚ୧ ବି ଭିସା ବ୍ୟବହାରକାରୀଙ୍କ ଉପରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି। ଆମେରିକାର ଫେଡରାଲ କୋର୍ଟ ଏହି ମାମଲାରେ ଏଚ ୧ ବି ଭିସା ବ୍ୟବହାରକାରୀଙ୍କୁ ଏବଂ ଏଚ ୪ ଭିସା ବ୍ୟବହାରକାରୀଙ୍କୁ ମିଳିଛି ଆଶ୍ୱସ୍ତି । ଏହି ମାମଲାରେ କଲମ୍ବିଆ ଡିଷ୍ଟ୍ରିକ୍ଟ କୋର୍ଟର ଶୁଣାଣିକୁ ପରିବର୍ତ୍ତନ କରିଛନ୍ତି ଫେଡେରାଲ କୋର୍ଟ। ଏପରି ସ୍ଥଳେ ଆମେରିକା ଏବେ ଏହି ଭିସାକୁ ବନ୍ଦ କରିପାରିବ ନାହିଁ। ଏହା ଏକ ପ୍ରବାସୀ ଭିସା। ଯାହା ଆମେରିକାର କମ୍ପାନୀ ବିଦେଶୀ କର୍ମଚାରୀଙ୍କୁ କାମରେ ରଖିବା ଯୋଗୁ ପ୍ରଦାନ କରିଥାଏ। ୨୦୧୫ରେ ଓବାମା ସରକାର ଏହି ଭିସାକୁ ଆରମ୍ଭ କରିଥିଲେ। ଏହାସହିତ ଆମେରିକା ସରକାର ଏଚ ୧ ବି ଭିସା ବ୍ୟବହାରକାରୀଙ୍କୁ ଦେଶରେ କାମ କରିବା ପାଇଁ ଏଚ ୪ ଭିସାର ସୁବିଧା ଦେଇଥାଏ।

H1B

ଆମେରିକାରେ ଏହି ଭିସାର ସବୁଠାରୁ ଅଧିକ ଲାଭ ଭାରତୀୟଙ୍କୁ ମିଳୁଛି। କିନ୍ତୁ ଗତ କିଛିଦିନ ହେବ ଆମେରିକା ସରକାର ଏହି ଏଚ ୪ ଭିସାକୁ ବିରୋଧ କରିବା ଆରମ୍ଭ କରିଥିଲେ। ଆମେରିକାର ବର୍ତ୍ତମାନ ସରକାର ଏହି ଭିସାକୁ ବିରୋଧ କରିବା ସହ ହଟାଇବା ପାଇଁ ମଧ୍ୟ ଚାହୁଁଛି।

ସୂଚନାଯୋଗ୍ୟ, ସେବ ଜବସ୍‌ ୟୁଏସ୍‌ଏ ଏହି ମାମଲାରେ କୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହାଛଡା ଆମେରିକା ସରକାର ଏଚ ୧ ବି ଭିସା ପାଇଁ ଆବେଦନ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି। ଏହି ଭିସା ପାଇଁ ଏବେ ୧୦ ଡଲାର ଅଧିକ ଦେବାକୁ ପଡିବ।

Leave A Reply

Your email address will not be published.