Below header

ଉତ୍ତରକାଶୀ ଟନେଲ୍ ଅପରେସନ୍: ପ୍ଲାନ୍-‘ବି’ କାର୍ଯ୍ୟକାରୀ, ପାହାଡ଼ ଉପରୁ ଡ୍ରିଲିଂ ଆରମ୍ଭ

ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଭର୍ଟିକାଲ ଡ୍ରିଲିଂ । ରବିବାର ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୨୦ ମିଟର ଡ୍ରିଲିଂ ହୋଇଛି। ଫସିରହିଥିବା ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ଯ,ପାନୀୟ, ଔଷଧ ଦିଆଯାଉଛି।

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଭର୍ଟିକାଲ ଡ୍ରିଲିଂ । ରବିବାର ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୨୦ ମିଟର ଡ୍ରିଲିଂ ହୋଇଛି। ରେସକ୍ୟୁ ରୁଟ୍ ପ୍ରସ୍ତୁତ ପାଇଁ ୭୦୦ ମିମି ଚଉଡ଼ା ପାଇପ୍ ପ୍ରବେଶ କରାଯାଉଛି । ଏନଏଚଆଇଡିସିଏଲ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ଅହମ୍ମଦ କହିଛନ୍ତି, ଯଦି ଆଗକୁ କୌଣସି ବାଧା ନଉପୁଜେ ତେବେ ଭର୍ଟିକାଲ ଡ୍ରିଲିଂ ଗୁରୁବାର ସୁଦ୍ଧା ଶେଷ ହୋଇଯିବ । ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ଏହା ମଧ୍ୟରେ ୧୫ ଦିନ ବିତିଛି ।

ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ । ଖନନ ପାଇଁ ଦୁଇ ତିନିଟି ବିକଳ୍ପକୁ ଗ୍ରହଣ କରାଯାଇଛି। ଫସିରହିଥିବା ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ଯ,ପାନୀୟ, ଔଷଧ ଦିଆଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୬ଟି ପଦ୍ଧତି ଗ୍ରହଣ କରାଯାଉଛି। ଟନେଲ ମଧ୍ୟରେ ମାନୁଆଲ ଡ୍ରିଲିଂ ପାଇଁ ଭାରତୀୟ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେପଟେ ଟନେଲ ମଧ୍ୟରେ ଧାତବ ଅଂଶରେ ପିଟି ହୋଇ ଭାଙ୍ଗି ଯାଇଥିବା ଅଗର ମେସିନକୁ ପ୍ଲାଜମା କଟରରେ କଟାଯାଇ ବାହାର କରାଯାଉଛି। ଏହାକୁ ସମ୍ପୂର୍ଣ୍ଣ ସଫା କରାଯିବା ପରେ ମାନୁଆଲ ଡ୍ରିଲିଂ କାମ ଆରମ୍ଭ କରିବ ସେନା। ହାତରେ ଟନେଲ ଖନନ କରାଯାଇ ପାଇପକୁ ପ୍ରବେଶ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.