Below header

ବିଜେଡିରେ ଯୋଗ ଦେବେ ଭି. କେ ପାଣ୍ଡିଆନ ! ବିଧିବଦ୍ଧ ଘୋଷଣାକୁ ଅପେକ୍ଷା

ବିଜେଡିରେ ଯୋଗ ଦେବେ ଭି. କେ ପାଣ୍ଡିଆନ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦଳ ପକ୍ଷରୁ ଏବେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା । ଆଜି ଭୁବନେଶ୍ବରରେ ବିଜେଡିର ବରିଷ୍ଠ ନେତାଙ୍କ ଏକ ବୈଠକ ବସୁଥିବା ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ):  ବିଜେଡିରେ ଯୋଗ ଦେବେ ଭି. କେ ପାଣ୍ଡିଆନ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଦଳ ପକ୍ଷରୁ ଏବେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା । ଆଜି ଭୁବନେଶ୍ବରରେ ବିଜେଡିର ବରିଷ୍ଠ ନେତାଙ୍କ ଏକ ବୈଠକ ବସୁଥିବା ସୂଚନା ମିଳିଛି । ଏଥିରେ ଭି. କେ ପାଣ୍ଡିଆନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ । ଏହି ଅବସରରେ ଏକ ବଡ଼ ବ୍ଲଡ ଡୋନେସନ କ୍ୟାମ୍ପ ହେବାର ରହିଛି । ସାରା ରାଜ୍ୟରୁ ବହୁ ଛାମୁଆଁ ନେତା ଆସିବାର ବି ଚର୍ଚ୍ଚା ହେଉଛି।

ଉଲ୍ଲେଖନୀୟ ଯେ, ପୂର୍ବରୁ ଅର୍ଥାତ ୨୩ ଅକ୍ଟୋବର ୨୦୨୩ରେ ଶ୍ରୀ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ 5-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭାବେ ପାଣ୍ଡିଆନଙ୍କୁ ନିଯୁକ୍ତ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି। ନୂଆ ଦାୟିତ୍ବ ପରଠାରୁ ନବୀନ ନିବାସରେ ବଢି ଚାଲିଛି ଭିଡ଼। ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସଂଗଠନ, ସ୍ବେଚ୍ଛାସେବୀ ସଂସ୍ଥା ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.