ଆଜି ପାରାଦୀପ ଯିବେ ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।ପତକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଭାରତୀୟ ତଟରକ୍ଷୀ ବାହିନୀର ଅମୋଘ ଜାହାଜରେ ପୋତାଶ୍ରୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସଭାସ୍ଥଳୀରେ ପହଁଞ୍ଚି ସଭାକାର୍ଯ୍ୟରେ ଯୋଗ ଦେବେ ।

ପାରାଦୀପ (କେନ୍ୟୁଜ): ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରବିବାର ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜି ସକାଳ ସାଢେ ୮ଟାରେ ତାଙ୍କ କାରକେଡ୍ ରାଜଭବନରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ପାରାଦୀପ ଯିବେ । ସାଢେ ୯ଟାରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟରେ ବନ୍ଦରର ୪ ନମ୍ୱର ଗେଟ ଦେଇ ମେରାଇନ ସାଇଟ ଅଫିସରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ପହଞ୍ଚିବେ ।

ପତକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଭାରତୀୟ ତଟରକ୍ଷୀ ବାହିନୀର ଅମୋଘ ଜାହାଜରେ ପୋତାଶ୍ରୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସଭାସ୍ଥଳୀରେ ପହଁଞ୍ଚି ସଭାକାର୍ଯ୍ୟରେ ଯୋଗ ଦେବେ । ପରେ ଜବାହାର ଅତିଥି ଭବନରେ ୩୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ଭୋଜନ କରିବେ ପରେ ଅପରାହ୍ନରେ ଭୁବନେଶ୍ବର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପାରାଦୀପରେ ମୁତୟନ ଅଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.