Below header

ଦ୍ୱିତୀୟ ଥର ପାଇଁ ପ୍ଲାଷ୍ଟିକ୍‌ ଶିଶୁ ଜନ୍ମ ଦେଲେ ମହିଳା, ମା’ ଓ ଛୁଆ ଉଭୟେ ସୁସ୍ଥ

ପୁଣିଥରେ ପ୍ଲାଷ୍ଟିକ୍‌ ଶିଶୁ ଜନ୍ମ ଦେଲେ ମହିଳା। ଗୋଟିଏ ପରିବାରରେ ଦ୍ୱିତୀୟ ଥର ପାଇଁ ଏଭଳି ଅଦ୍ଭୁତ ଶିଶୁ ଜନ୍ମ ନେଇଛି। ଉତ୍ତର ପ୍ରଦେଶର ଶ୍ରୀବସ୍ତୀ ଜିଲ୍ଲାରେ ଏଭଳି ବିଚିତ୍ର ଶିଶୁ ଜନ୍ମ ନେଇଛି। ଜନ୍ମ ବେଳେ ଏଭଳି ଶିଶୁଙ୍କ ଶରୀର ଠିକ୍‌ ଭାବେ ବିକଶିତ ହୋଇନଥିବାରୁ ବିଜ୍ଞାନ ଭାଷାରେ ଏମାନଙ୍କୁ ପ୍ଲାଷ୍ଟିକ୍‌ ବେବି ବୋଲି କୁହାଯାଏ। ତେବେ ଭଗବାନଙ୍କ ସୃଷ୍ଟି କୁହନ୍ତୁ ଅବା ଭାଗ୍ୟର ଖେଳ, କିନ୍ତୁ ଗୋଟିଏ ଘରେ ଦ୍ୱିତୀୟ ଥର ପାଇଁ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି।

ପ୍ରଥମ ଥର ଜନ୍ମ ହୋଇଥିବା ଶିଶୁଟି ମାତ୍ର କିଛି ମିନିଟ୍‌ରେ ପ୍ରାଣ ହରାଇଥିବା ବେଳେ ଏବେ ଜନ୍ମ ହୋଇଥିବା ଶିଶୁ ଜନ୍ମର ୨୪ଘଣ୍ଟା ପରେ ବି ସୁସ୍ଥ ଅଛି। ଡାକ୍ତର କହିଛନ୍ତି, ଏଭଳି ଶିଶୁ ଜନ୍ମ ହେବା ଖୁବ୍‌ ବିରଳ।

ରିପୋର୍ଟ ମୁତାବକ, ଶ୍ରୀବସ୍ତୀ ଜିଲ୍ଲାର ଜୁମଇଙ୍କ ପତ୍ନୀ ୨୦୨୦ ମସିହାରେ ମଧ୍ୟ ଏକ ପ୍ଲାଷ୍ଟିକ୍‌ ଶିଶୁ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବା ପରେ ମାତ୍ର ୭ ମିନିଟ୍‌ ବଞ୍ଚିଥିଲା। ତା’ପରେ ତା’ର ମୃତ୍ୟୁ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେ ଏକ ସେଭଳି ପ୍ଲାଷ୍ଟିକ୍‌ ଶିଶୁ ଜନ୍ମ କରିଛନ୍ତି, ଯିଏ ଏବେ ପୂରା ସୁସ୍ଥ ଅଛି। ତେବେ ଡାକ୍ତର ତାକୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। କିନ୍ତୁ ପରିବାର ଲୋକେ ତାକୁ ସେଠାକୁ ନେବାକୁ ରାଜି ହେଉନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.