ଉଧାର ରାଇଫଲରେ ଅଭ୍ୟାସ କରୁଥିଲେ ସୁଟିଂ ଚମ୍ପିଆନ୍‌, ସୋନୁ ସୁଦ ଦେଲେ ଅଢ଼େଇ ଲକ୍ଷ ଟଙ୍କାର ରାଇଫଲ

ମୁମ୍ବାଇ : ସୋନୁ ସୁଦଙ୍କ ବଦାନ୍ୟତା ସମ୍ପର୍କରେ କାହାକୁ ବା ଅଜଣା । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ସୁଟିଂ ଚମ୍ପିଆନ୍‌ଙ୍କୁ ରାଇଫଲ ଦେବା ପରେ । ଝାଡ଼ଖଣ୍ଡ ଷ୍ଟେଟ୍‌ ରାଇଫଲ ସୁଟିଂର ବିଜୟ ଆଶାରେ ଥିବା କୋନିକା ଲାଇକ୍‌ଙ୍କ ପାଖରେ ଅଭ୍ୟାସ କରିବା ପାଇଁ ରାଇଫଲ ନଥିଲା । ତେଣୁ ସେ ଉଧାରରେ ରାଇଫଲ ଆଣି ପ୍ରାକଟିସ୍‌ କରୁଥିଲେ । ଏବେ ସୋନୁ ସୁଦ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଏକ ରାଇଫଲ ଗିଫ୍ଟ କରି ତାଙ୍କର ଇଚ୍ଛା ପୂରଣ କରିଛନ୍ତି ।

konika
photo credit: abplive.com

ଝାଡ଼ଖଣ୍ଡର କୋନିକା ଲାଇକ୍‌ ୧୧ ତମ ଝାରଖଣ୍ଡ ଷ୍ଟେଟ୍‌ ରାଇଫଲ୍‌ ସୁଟିଂ ଚମ୍ପିଆନସିପ୍‌ ୫୦ ମିଟର ରାଇଫଲ ଶ୍ରେଣୀରେ ଗୋଲ୍ଡ ମେଡାଲ ଓ ୫୦ ମିଟର ରାଇଫଲ ଜୋନ ଫାଇନାଲରେ ସିଲଭର ମେଡାଲ ଜିତିଥିଲେ । ସୋନୁ ସୁଦ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଜର୍ମାନ ରାଇଫଲ ଗିପ୍ଟ କରି ତାଙ୍କର ଇଚ୍ଛା ପୂରଣ କରିଛନ୍ତି ।

ମୁଁ ରାଇଫଲ ଦେବି, ତୁମେ ଦେଶକୁ ମେଡାଲ ଦିଅ

ଏହାପରେ କୋନିକା ସୋନୁ ସୁଦଙ୍କୁ ଏକ ଟ୍ଵିଟ କରି ଲେଖିଥିଲେ ‘11th Jharkhand State Rifle Shooting Championship-2020 ରେ ମୁଁ ଗୋଲ୍ଡ ମେଡାଲ ଜିତିଛି । ଝାଡଖଣ୍ଡ ସରକାରଙ୍କ ଠାରୁ ସାହାଯ୍ୟ ପାଉନି । ପ୍ଲିଜ୍‌ ହେଲ୍ପ ଫର୍‌ ଓ୍ଵାନ ରାଇଫଲ୍‌ ପ୍ଲିଜ୍‌ । ଏହାପରେ ସୋନୁ ସୁଦ ଟ୍ଵିଟ୍‌ରେ ‘ମୁଁ ଆପଣଙ୍କୁ ରାଇଫଲ ଦେବି, ଆପଣ ଦେଶକୁ ମେଡାଲ ଦେଇ ଚାଲନ୍ତୁ ‘ । ଆପଣଙ୍କ ରାଇଫଲ ଆପଣଙ୍କ ନିକଟରେ ପହଞ୍ଚିଯିବ । ସୋନୁ ତାଙ୍କର କଥା ରଖି ଅଢ଼େଇ ଲକ୍ଷ ଟଙ୍କାର ଏକ ଜର୍ମାନ ରାଇଫଲ ଗତ ୨୪ ତାରିଖରେ ପଠାଇଛନ୍ତି ।

ଏହାପରେ ସୋନୁ ସୁଦ ଭିଡ଼ିଓ କଲ୍‌ କରି ତାଙ୍କ ସହ କଥା ହୋଇଛନ୍ତି ବୋଲି କୋନିକା କହିଛନ୍ତି । କୋନିକା ୨୦୧୭ ମସିହାରୁ ତାଙ୍କ ପାଇଁ ଏକ ରାଇଫଲ୍‌ କିଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଲକ୍ଷ ୬୬ ହଜାର ଟଙ୍କା ଯୋଗାଡ କରି ନପାରି କିଣି ପାରିନଥିଲେ । ଫଲରେ ଭଡ଼ାରେ ରାଇଫଲ ଆଣି ସେ ଅଭ୍ୟାସ କରୁଥିଲେ । ସୋନୁ ସୁଦଙ୍କ ପାଇଁ ଆଜି ତାଙ୍କର ସ୍ୱପ୍ନ ପୂରଣ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.