ପିଜି ସ୍ବପ୍ନ ପୂରଣ କଲା “କିସ”, ଟପ୍ପର ହୋଇ ସ୍ବର୍ଣ୍ଣ ପଦକ ଜିତିଲେ ଯଦୁନାଥ

ରାଇରଙ୍ଗପୁର(କେ ନ୍ୟୁଜ): କିସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ହାସଲ କଲେ ମୟୁରଭଞ୍ଜର ଛାତ୍ର ଯଦୁନାଥ ହାଁସଦା । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଭରଚୁଆଲ ମୋଡ଼ରେ ପାଳିତ ହୋଇଛି କିସର ପ୍ରଥମ ସମାବର୍ତ୍ତନ ଉତ୍ସବ । ଏହି ସମାବର୍ତ୍ତନ ଉତ୍ସବରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଓ ରୋପ୍ଯପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଳା କୁସୁମୀ ବ୍ଲକ ପାହାଡ଼ପୁର ଗ୍ରାମର ପିଜି ଛାତ୍ର ଯଦୁନାଥ ହାଁସଦା ମଧ୍ୟ ରହିଛନ୍ତି । ଯଦୁନାଥଙ୍କ ପରି ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ । ଯଦୁନାଥ ଙ୍କ ପରିବାର କହିଲେ ବାପା ନରସିଂହ ଓ ମା ଗୁମି ହାଁସଦାଙ୍କ ସହ ଦୁଇ ଭଉଣୀ ଓ ସାନ ଭାଇ ମୁନିରାମ ।

୪ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ଚାଷୀ ବାପାଙ୍କ ପକ୍ଷେ କାଠିକାର ପାଠ ଥିଲା । ବାପା ବଡ ପୁଅ ଯଦୁନାଥଙ୍କୁ ଅଧିକ ଭଲ ପାଉଥିବାରୁ କଷ୍ଟେ ମଷ୍ଟେ କଲେଜ ପର୍ଯ୍ୟନ୍ତ ପାଠ ପଢ଼ାଇଲେ । କିନ୍ତୁ ବାରିପଦା MPC ଅଟନମାସ କଲେଜରେ ସ୍ନାତକ ଶେଷ ପରେ ଘରେ ଆର୍ଥିକ ସମସ୍ଯା ଦେଖା ଦେବାରୁ ପିଜି କରି ପାରିନଥିଲେ ଯଦୁନାଥ । ପାଠପଢା ଛାଡି ଗୋଟେ ବର୍ଷ ଅନ୍ଯଲୋକଙ୍କ ଦୋକାନରେ କାମ କରୁଥିଲେ । ପରେ କିସ ଫିଟାଇଲା ତାଙ୍କ ଭାଗ୍ଯ ।  ସଂଯୋଜକ ମାନଙ୍କ ସହାୟତରେ କିସରେ ଯୋଗଦେଲେ ଯଦୁନାଥ । ଆଉ ବିନା ଖର୍ଚ୍ଚରେ ନିଜ ପିଜି କରିବା ସ୍ଵପ୍ନକୁ ସାକାର କଲେ ଯଦୁନାଥ ।

କିସରେ ସମାଜଶାସ୍ତ୍ରରେ ପିଜି କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଟପର ହୋଇଛନ୍ତି ପାହାଡ଼ପୁର ଗ୍ରାମର ସେହି ଛାତ୍ର ! ତାଙ୍କର ଏହି ସଫଳତା ପାଇଁ ସେ ନିଜ ବାପା ମାଆ ଓ କିସର ପ୍ରତିଷ୍ଠାତା ଡ଼ଃ ଅଚ୍ଯୁତ ସାମନ୍ତଙ୍କୁ ଶ୍ରେୟ ଦେଇଛନ୍ତି । କିସର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଆଜି ତାଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରିବା ଜାଣି ପରିବାର ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପିଜିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଭିନ୍ନ ମହଲରୁ ଯଦୁନାଥଙ୍କ ପ୍ରତି ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପରିବାର ଲୋକେ ଓ ପଡ଼ୋଶୀ ଭରଚୁଆଲ ମାଧ୍ୟମରେ ସମାବର୍ତ୍ତନ ଉତ୍ସବକୁ ଦେଖିବା ସହ ଯଦୁନାଥଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.