ବଜ୍ରାଘାତରେ ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ ମୃତ, ପୁଅବୋହୂ ଗୁରୁତର

ରାୟଗଡ଼ା(କେ ନ୍ୟୁଜ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କେରାଣ୍ଡି ଗୁଡ଼ାଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବଜ୍ରଘାତର ଶିକାର ହୋଇ ଗୋଟିଏ ପରିବାରର ଦୁଇ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୨ ଗୁରତର ହୋଇଛନ୍ତି । ଏହି ପରିବାର ନିଜ ଜମିରେ ପଡୁଚାଷ କରୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିବା ଜଣାପଡୁଛି । ମୃତ ଦୁଇଜଣଙ୍କ ପରିଚୟ ହେଉଛି ମିଣିଆକା ବୁର୍ଶା, ରାମି ମିଣିଆକା, ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମୃତ୍ୟୁ ହୋଇଥବା ବେଳେ

ସେମାନଙ୍କ ପୁଅ ବୋହୂ ଅବସ୍ଥା ଗୁରୁତର ରହିଛି | ଗୁରୁତର ମାନେ ହେଲେ କାସ୍ତୁରା ମିଣିଆକା ଓ ମାଲା ମିଣିଆକା । ଗୁରତର ମାନଙ୍କୁ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.