ବଡଧରଣର ଡକାୟତି ଗ୍ୟାଙ୍ଗକୁ ଠାବ କଲା ଧର୍ମଶାଳା ପୋଲିସ, ୫ ଗିରଫ

ଯାଜପୁର(କେ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡଧରଣର ସଫଳତା । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

docoits

ଏହି ଘଟଣାର ମାଷ୍ଟରମାଇଣ୍ଡ କଟକ ସଦର ଥାନା ବ୍ରାହ୍ମଣୀଝରିଲୋ ଗ୍ରାମର କୁଦୁଶ ଖାନ୍‌କୁ ପୋଲିସ ଗିରଫ କରିବା ସହ ସଂପୃକ୍ତ ଥିବା ଅନ୍ୟ ୪ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ସଦର ଥାନା ଅଂଚଳର ୟୁନୁସ ଖାନ୍‌, ଜଗତସିଂହପୁର ଥାନା କେନ୍ଦଳା ଅଂଚଳର ଜ୍ଞାନ ରଂଜନ ସାହୁ, ବାଲେଶ୍ୱର ଥାନା ଖନ୍ତପଡା ଅଂଚଳର ସୁଶାନ୍ତ କୁମାର ଜେନା, ବ୍ରହ୍ମବରଦା ଅଂଚଳର ମହେଶ୍ୱର ସାହୁ । ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଧର୍ମଶାଳା ପୋଲିସ ସୂଚନା ଦେଇଛି । ଗିରଫ ପରେ ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯାଇଚି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.