Below header

ଘରୋଇ କଳି ଯୋଗୁଁ ସ୍ବାମୀକୁ ମାରି ଫେସବୁକରେ ପୋଷ୍ଟ କଲେ ମହିଳା, ତା’ପରେ କଲେ ଏମିତି କାମ

ଦିଲ୍ଲୀରେ ଜଣେ ୩୬ ବର୍ଷୀୟ ମହିଳା ନିଜ ସ୍ବାମୀକୁ ମାରି ଫେସବୁକରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ କରିବା ପରେ ନିଜେ ମଧ୍ୟ ଆତ୍ମହତ୍ଯା କରିବାକୁ ଉଦ୍ଯମ କରିଛନ୍ତି। ପଡୋଶୀ ଏବଂ ଘର ମାଲିକ ପୋଲିସକୁ ଫୋନ କରି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ଯ, ଦିଲ୍ଲୀ ଛତ୍ରପୁର ଅଞ୍ଚଳର ଜଣେ ମହିଳା ଘର ଭିତରେ କୌଣସି ପାରିବାରିକ କଳହ ଯୋଗୁଁ ସ୍ବାମୀକୁ ମାରିବା ପରେ ଫେସବୁକରେ ପୋଷ୍ଟ କରିଥିଲେ। ଫେସବୁକରେ ପୋଷ୍ଟ କରିବା ପରେ ସେ ନିଜେ ଆତ୍ମହତ୍ଯା କରିବାକୁ ଉଦ୍ଯମ କରିଥିଲେ। ଫେସବୁକରେ ପୋଷ୍ଟ କରିବା ପରେ ପଡୋଶୀ ଏହା ଜାଣିବାକୁ ପାଇଥିଲେ। ସେମାନେ ଆସି ଘରର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ କବାଟ ନ ଖୋଲିବାରୁ ସେମାନେ ତା’ ପରେ ପୋଲିସକୁ ଫୋନ କରି ଜଣାଇଥିଲେ।

murder

ପୋଲିସ କବାଟ ଭାଙ୍ଗିବା ପରେ ଘରର ଚାରିଆଡେ ରକ୍ତ ଜୁଡୁବୁଡୁ ହୋଇଥିବା ଦେଖିବାକୁ ପାଇଥିଲା। ସ୍ବାମୀଙ୍କୁ ଛୁରୀରେ ମାରିବା ପରେ ପତ୍ନୀ ଜଣକ ମଧ୍ୟ ବେଡ ନିକଟରେ ଅଚେତ ଅବସ୍ଥାରେ ପଡିଥିଲେ। ତାଙ୍କୁ ଦିଲ୍ଲୀ ହସପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମହିଳାଙ୍କ ବିରୋଧରେ ଏକ ହତ୍ଯା ମାମଲା ରୁଜୁ କରିଛି। ଦୁହେଁ ସ୍ବାମୀ ସ୍ତ୍ରୀ ଏକ ଇନ୍ସୁରାନ୍ସ କମ୍ପାନୀରେ କାମ କରୁଥିଲେ। ତାଙ୍କର କୌଣସି ପିଲା ନଥିଲା। ପାରିବାରିକ କଳହ ଯୋଗୁଁ ଏପରି ଘଟଣା ଘଟିଛି ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.