Below header

ଆଜି ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ ଭୋଟ ଗଣତି, ମୋହର ବାଜିବା ପରେ ଚୂଡ଼ାନ୍ତ ହେବ ଫଳାଫଳ

ଆମେରିକା : ଆଜି ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ ଭୋଟ ଗଣତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଚୂଡ଼ାନ୍ତ ମୋହର ମାରିବ ଆମେରିକା କଂଗ୍ରେସ । ସିନେଟ ଓ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌, ଉଭୟ ଗୃହର ଯୁଗ୍ମ ଅଧିବେଶନ ବସିବ । ପ୍ରତି ରାଷ୍ଟ୍ରପତି ନିର୍ବାଚନରେ ଏହା ନିୟମିତ ପ୍ରକ୍ରିୟା । ଏଥର କିନ୍ତୁ ଏହାର ଗୁରୁତ୍ୱ ବଢିଯାଇଛି । ନିର୍ବାଚନରେ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି । ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କୁ ୩୦୬ ଇଲେକ୍ଟୋରାଲ ଭୋଟ୍‌ ମିଳିଥିବା ବେଳେ ରିପବ୍ଲିକାନ ଟ୍ରମ୍ପଙ୍କୁ ମିଳିଛି ୨୩୨ ଭୋଟ୍‌ ।

କିନ୍ତୁ ଭୋଟିଂରେ ଜାଲିଆତି ଅଭିଯୋଗ କରୁଛନ୍ତି ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ । ଇଲେକ୍ଟୋରାଲ ଭୋଟ ଗଣତିରେ କଂଗ୍ରେସର ମୋହର ବାଜିବା ପରେ ଫଳାଫଳ ଚୂଡ଼ାନ୍ତ ହେବ । କିନ୍ତୁ ଇଲେକ୍ଟୋରାଲ ଭୋଟ ଗଣତି ସମୟରେ ଯଦି ଉଭୟ ଗୃହରୁ ଜଣେ ବି ଲେଖାଏ ସଦସ୍ୟ ଆପତ୍ତି ଉଠାନ୍ତି, ତେବେ ସିନେଟ୍‌ ଓ ହାଉସର ଅଲଗା ଅଲଗା ବୈଠକ ବସିବ । ଆପତ୍ତିକୁ ଗ୍ରହଣ କରାଯିବ ନା ନାହିଁ ସେ ନେଇ ଭୋଟିଂ ହେବ । ଯଦି ଉଭୟ ଗୃହ ଆପତ୍ତି ସପକ୍ଷରେ ଭୋଟିଂ କରନ୍ତି ତେବେ ଆପତ୍ତି ଗ୍ରହଣ ହେବ ।

କିନ୍ତୁ ଗୋଟିଏ ଗୃହରେ ବି ତାହା କାଟ୍‌ ଖାଇଲେ ଆପତ୍ତି ଖାରଜ ହେବ । ବର୍ତ୍ତମାନ କିଛି ରିପବ୍ଲିକାନ ପାର୍ଟିର ସିନେଟର ଓ ହାଉସ ସଦସ୍ୟ ନିର୍ବାଚନକୁ ନେଇ ଆପତ୍ତି ଉଠାଇ ପାରନ୍ତି । ଯଦି ଏହା ହୁଏ ତେବେ ଉଭୟ ଗୃହରେ ଭୋଟିଂ ହେବ । କିନ୍ତୁ ଆପତ୍ତି କାଟ୍‌ ଖାଇବା ସମ୍ଭାବନା ଅଧିକ । କାରଣ ସିନେଟରେ ରିପବ୍ଲିକାନ ମାନଙ୍କର ଏବଂ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟ ଦଳର ଦବଦବା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.