ଦିଲ୍ଲୀପ କୁମାରରୁ ଏ. ଆର ରହମାନ, ଜାଣନ୍ତୁ କାହିଁକି ନାଁ ପରିବର୍ତ୍ତନ କରିଥିଲେ ସଂଗୀତ ଜଗତର ଏହି ବାଦଶାହ…..

ବଲିଉଡରେ ନାମୀ ଦାମୀ ଗୀତିକାର, ସଂଗୀତକାରଙ୍କ ସଂଖ୍ୟାରେ କୌଣସି ଅଭାବ ନାହିଁ । ଏଠି ଏମିତି ବରିଷ୍ଠ ସଙ୍ଗୀତଜ୍ଞ ମାନେ ଅଛନ୍ତି ଯାହାଙ୍କ ସ୍ୱର କାନରେ ପଡିବା କ୍ଷଣି ଯେମିତି ଏକ ପ୍ରକାର ଅଜବ ଶାନ୍ତି ମିଳେ | ହୃଦୟ ଯେମିତି ଉଲ୍ଲସିତ ହୋଇଉଠେ । ଶରୀରର କୋଣ ଅନୁକୋଣରେ ଖେଳିଯାଏ ସେମାନଙ୍କ ସଙ୍ଗୀତର ଯାଦୁ । ବଲିଉଡର ଏମିତି ହିଁ ଜଣେ ବରିଷ୍ଠ ସଂଗୀତକାର ହେଉଛନ୍ତି ଏ ଆର ରହମାନ । ଦେଶରୁ ବିଦେଶ ଯାଏଁ ରହମାନ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏମିତିକି ବିଦେଶରେ ବି ଅଛନ୍ତି ତାଙ୍କର କୋଟି କୋଟି ଫ୍ୟାନ୍ସ | ସଂଗୀତ ଜଗତର ଏହି ବାଦଶାହଙ୍କର ଆଜି ହେଉଛି ୫୨ ତମ ଜନ୍ମଦିନ । ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ଅଜଣା କଥା ବାବଦରେ ଜାଣି ରଖିବା ।

rahman

ରହମାନ ବଲିଉଡକୁ ଯେ କେବଳ ନିଜ ସ୍ୱର ଓ ସଂଗୀତ ଦେଇଛନ୍ତି ତାହା ନୁହେଁ । ତାଙ୍କ ଶରୀରର ପ୍ରତିଟି କୋଣ ଅନୁକୋଣରେ ଯେମିତି ଭରି ରହିଛି ସଂଗୀତ । ୧୯୬୬ ମସିହା ଆଜିର ଦିନରେ ଚେନ୍ନାଇରେ ତାଙ୍କର ଜନ୍ମ ହୋଇଥିଲା । ଆଉ ସଂଗୀତ ପିତାଙ୍କ ଠାରୁ ଉତ୍ତରାଧିକାର ସ୍ୱରୂପ ପାଇଥିଲେ ରହମାନ ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରହମାନଙ୍କ ପରିବାର ମୁଳତଃ ହିନ୍ଦୁ ଥିଲେ । ଏମିତିକି ପିଲାବେଳେ ରହମାନଙ୍କ ନାଁ ପିତା ମାତା ଦିଲ୍ଲୀପ କୁମାର ରଖିଥିଲେ । ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଆଉ ଏହା ପରେ ତାଙ୍କ ପରିବାରକୁ ଅକାଳ ବିପଦ ମାଡି ଆସିଲା ।

ଘୋର ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ପେଟକୁ ଦୁଇମୁଠା ଦାନ ଯୋଗାଇବା ପାଇଁ ନିଜ ବାଦ୍ୟ ଯନ୍ତ୍ର ଗୁଡିକୁ ବିକ୍ରି କରିଦେଇ ଥିଲେ । ଏହାର କିଛି ବର୍ଷ ପରେ ଜଣେ ସୁଫି ସନ୍ଥ କରିମୁଲ୍ଲାଙ୍କ ସଂସ୍ପର୍ଶରେ ଆସିଲେ ରେହମାନଙ୍କ ପରିବାର । ଆଉ ତାଙ୍କରି ପ୍ରେରଣାରେ ଅନୁପ୍ରାଣିତ ହୋଇ “ସୁଫି” ଧର୍ମ ଗ୍ରହଣ କରିଥିଲେ । ଯାହାପରେ ନିଜ ନାଁ ବଦଳାଇ ରଖିଥିଲେ ଏ. ଆର. ରହମାନ । ସଂଗୀତ ଜଗତରେ ପାଦ ଦେବା ପରେ ସଫଳତାର ପାହାଚ ପରେ ପାହାଚ ଚଢିଚାଲିଛନ୍ତି ସିନା କିନ୍ତୁ କେବେ ପଛକୁ ଚାହିଁ ନାହାନ୍ତି । ଆଗକୁ ବି ଏମିତି ସଫଳତା ପାଇ ଚାଲିଥାନ୍ତୁ ଏହାହିଁ ହେଉଛି ତାଙ୍କ ଜନ୍ମଦିନରେ ଆମ ତରଫରୁ ଶୁଭକାମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.