Below header

ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ, ୩ ବର୍ଷ ପରେ ସୋସିଆଲ ମିଡିଆରେ କଲେ ଅଭିଯୋଗ

କେନ୍ଯୁଜ୍: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ । ସୋସିଆଲ ମିଡିଆରେ ତପନ ମିଶ୍ର ଏନେଇ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କେନ୍ଦ୍ର ସରକାର କରିବାକୁ ସେ ଦାବି କରିଛନ୍ତି । ତପନ ମିଶ୍ର ଅଭିଯୋଗ କରିଛନ୍ତି, ତାଙ୍କୁ ୩ ବର୍ଷ ତଳେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା । ୨୦୧୭ ମେ’ ୨୩ ତାରିଖରେ ହତ୍ୟା ଉଦ୍ୟମ କରାଯାଇଥିଲା । ବେଙ୍ଗାଳୁରୁ ମୁଖ୍ୟାଳୟରେ ପ୍ରମୋସନ ଇଣ୍ଟରଭ୍ୟୁ ବେଳେ ଏପରି ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

tapanମଧ୍ୟାହ୍ନ ଭୋଜନ ପରେ ଦୋସା ଓ ଚଟଣୀରେ ବିଷ ଦେଇ ମାରି ଦେବାକୁ ଉଦ୍ୟମ ହୋଇଥିଲା । ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ମିଶାଇ ଖାଇବାକୁ ଦିଆଯାଇଥିବା ସେ କହିଛନ୍ତି । ଏହା ଦ୍ୱାରା ତାଙ୍କର ଶ୍ୱାସ କ୍ରିୟା ସହ ଚର୍ମ ଦେଖାଦେଇଥିଲା । ମୁମ୍ବାଇ ଓ ଦିଲ୍ଲୀ ଏମ୍‌ସରେ ତାଙ୍କର ଦୁଇ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଥିବା ସେ କହିଛନ୍ତି । ଏହି ବିଷରେ କେହି ବଞ୍ଚିନଥାନ୍ତି । ସେ ଭାଗ୍ୟଶାଳୀ ବୋଲି କହିଛନ୍ତି । ଅବସର ନେବା ପୂର୍ବରୁ ତାଙ୍କ ସହ କ’ଣ କ’ଣ ହୋଇଥିଲା ଜାଣିବା ଆବଶ୍ୟକ ବୋଲି କହିଛନ୍ତି ତପନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.