ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ: ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ୧୦ରୁ ଆରମ୍ଭ ହେବ ଫର୍ମ ପୂରଣ । ୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରେ ।

ବିନା ଫାଇନ୍‌ରେ ୨୭ ତାରିଖ ଓ ଫାଇନ୍‌ ସହ ଫର୍ମ ଦାଖଲର ଶେଷ ତାରିଖ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ରହିଛି । ଉଭୟ ରେଗୁଲାର ଓ ଏକ୍ସରେଗୁରାଲ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ଅନ୍‌ଲାଇନ୍‌ ମାଧ୍ୟରେ www.bseodisha.ac.inରେ ଫର୍ମ ପୂରଣ କରାଯିବ । ମେ’ ୩ରୁ ୧୫ ଯାଏଁ ହେବ ଦଶମ ଶ୍ରେଣୀ ପରୀକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.