Below header

କୋମଳମତି ଶିଶୁକନ୍ୟାଙ୍କୁ ଯୋୖନ ଉତ୍ପୀଡନା ଦେଉଥିଲେ ଟ୍ୟୁସନ ଦିଦି, ଭିଡ଼ିଓକରି ବୟଫ୍ରେଣ୍ଡଙ୍କୁ କରାଉଥିଲେ ଖୁସି

ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଜଣେ ମହିଳା ଟ୍ୟୁସନ ଶିକ୍ଷୟତ୍ରୀ ନିଜ ଛାତ୍ରୀଙ୍କ ସହ ଯୌନ ନିର୍ଯ୍ୟାତନା କରିବା ସହ ଏହାର ଭିଡିଓ କରି ନିଜର ବୟଫ୍ରେଣ୍ଡଙ୍କୁ ପଠାଇଛନ୍ତି। ମହିଳା ଶିକ୍ଷୟତ୍ରୀ ଜଣକ ୬ ଏବଂ ୩ ବର୍ଷ ବୟସର ଛାତ୍ରୀଙ୍କ ଗୁପ୍ତାଙ୍ଗରେ ପେନସିଲ ଭର୍ତ୍ତି କରି ଯୌନ ନିର୍ଯ୍ୟାତନା ଦେଉଥିଲେ। ଏହାପରେ ଶିକ୍ଷୟତ୍ରୀ ଜଣକ ଏହି ନିର୍ଯ୍ୟାତନାର ଭିଡିଓ କରି ନିଜ ବୟଫ୍ରେଣ୍ଡଙ୍କୁ ପଠାଇଥିଲେ। ଉକ୍ତ ଘଟଣାରେ କୌଣସି ସୂତ୍ରରୁ ପୋଲିସ ଖବର ପାଇବା ପରେ ୧୯ ବର୍ଷିୟ ମହିଳା ଶିକ୍ଷୟତ୍ରୀ ଏବଂ ତାଙ୍କର ବୟଫ୍ରେଣ୍ଡକୁ ଗିରଫ କରିଛି।

handcuffପିଲାଙ୍କ ଅଭିଭାବକଙ୍କ କହିବାନୁଯାୟୀ, ଗତ ମଙ୍ଗଳବାର ସଂନ୍ଧ୍ୟାରେ ଟ୍ୟୁସନରୁ ଫେରିବାରେ ପାଖାପାଖି ୨ ଘଣ୍ଟା ପରେ ତାଙ୍କ ଛୋଟ ଝିଅ ନିଜ ଗୁପ୍ତାଙ୍ଗରେ ଯନ୍ତ୍ରଣା ଅନୁଭବ କରିଥିଲା ଏହାପରେ ମା’ ପଚାରିବାରୁ ଟ୍ୟୁସନ ଟିଚର ଯାହା କରିଥିଲେ ଝିଅଟି ତାହା ମା’ଙ୍କୁ କହିଥିଲା। ଏହାପରେ ଅଭିଭାବକମାନେ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ତାଙ୍କୁ ମାଡ ମାରିଥିଲେ। ସୂଚନା ମୁତାବକ ଶିକ୍ଷୟତ୍ରୀଙ୍କୁ ଅପ୍ରାକୃତିକ ଯୌନ କାର୍ଯ୍ୟ ସମ୍ବନ୍ଧିତ ଆଇପିସି ଧାରା ତଥା ପୋକ୍ସୋ ଆକ୍ଟ ଅନୁସାରେ ଜେଲ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.