Below header

୬ ବର୍ଷ ବୟସରେ ଲେଖିଛନ୍ତି ୩ଟି ବହି, ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ୍‌ ପୁରସ୍କାରରେ ହେବେ ସମ୍ମାନିତ

୬ ବର୍ଷ ବୟସରେ ହିଁ ଅରମାନ ତିନୋଟି ବହି ଲେଖିଛନ୍ତି । କମ୍‌ ବୟସରେ ବହି ଲେଖି ଅରମାନ ନିଜ ନାଁକୁ ବିଶ୍ୱ ରେକର୍ଡ ସାମିଲ କରିପାରିଛନ୍ତି । ଅରମାନ ଲେଖିଥିବା ବହିଗୁଡ଼ିକର ନାମ ହେଉଛି ପିଙ୍କ୍‌ ଡଲଫିନ୍, ପ୍ଲେନେକ୍ସ ଏବଂ ମାଇ କଣ୍ଟିନେଟ୍‌ ଏସିଆ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ୍‌ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ୧୯ ଜଣ ପିଲାଙ୍କ ନାମ ଘୋଷଣା ହୋଇଯାଇଛି । ଏହି ତାଲିକାରେ ୬.୫ ବର୍ଷର ଅରମାନ ଉଭରାନୀଙ୍କ ନାମ ମଧ୍ୟ ସାମିଲ ହୋଇଛି । କଳା ଏବଂ ସଂସ୍କୃତି କ୍ଷେତ୍ରରେ ଅରମାନ ଏହି ପୁରସ୍କାରକୁ ୨୨ ଜାନୁଆରୀ ଅର୍ଥାତ ଆଜି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଗ୍ରହଣ କରିବେ । କେବଳ ଏତିକି ନୁହେଁ ପୁରସ୍କାର ଗ୍ରହଣ କରିଥିବା ସମସ୍ତ ପିଲା ୨୩ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏବଂ ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ସମସ୍ତେ ଅଂଶଗ୍ରହଣ କରିବେ ।

ଅରମାନ ଉଭରାନି ହେଉଛନ୍ତି ଛତିଶଗଡର ବିଲାସପୁରର ବାସିନ୍ଦା । ଅରମାନଙ୍କ ବାପା ଜଣେ ବ୍ୟବସାୟୀ ଏବଂ ତାଙ୍କ ମା’ ଏମବିଏ ସାରିବା ପରେ ଏକ ପ୍ଲେ ସ୍କୁଲ ଚଳାଉଛନ୍ତି । ଅରମାନ ନିଜ ମା’ଙ୍କ ପ୍ଲେ ସ୍କୁଲରୁ ହିଁ KG-1 ଏବଂ KG-2 ପାଠ ପଢ଼ିଛନ୍ତି । ସେ ୧୨ ମିନିଟ୍ ୨୮ ସେକେଣ୍ଡରେ ୧୦୦ଟି ଭିନ୍ନ ସଂଖ୍ୟାର ସଠିକ୍ ଉତ୍ତର ଦେଇଛନ୍ତି । ଯେଉଁଥିପାଇଁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ଅରମାନଙ୍କ ନାଁ ରେକର୍ଡ କରାଯାଇଛି ।

ଯେତେବେଳେ ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ ଅରମାନଙ୍କ ପ୍ରତିଭା ବାପା ମା’ ଦେଖିବାକୁ ପାଇଥିଲେ । ଅରମାନଙ୍କ ମ୍ୟାଥ୍‌ କାଲକୁଲେସନ୍‌ ଏବଂ ପ୍ରଖର ସ୍ମୃତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏତେ କମ୍‌ ବୟସରେ ଏଭଳି ପ୍ରତିଭା ସମସ୍ତଙ୍କୁ ଚକିତ କରିଛି । ୬ ବର୍ଷ ବୟସରେ ହିଁ ଅରମାନ ତିନୋଟି ବହି ଲେଖିଛନ୍ତି । କମ୍‌ ବୟସରେ ବହି ଲେଖି ଅରମାନ ନିଜ ନାଁକୁ ବିଶ୍ୱ ରେକର୍ଡ ସାମିଲ କରିପାରିଛନ୍ତି । ଅରମାନ ଲେଖିଥିବା ବହିଗୁଡ଼ିକର ନାମ ହେଉଛି ପିଙ୍କ୍‌ ଡଲଫିନ୍, ପ୍ଲେନେକ୍ସ ଏବଂ ମାଇ କଣ୍ଟିନେଟ୍‌ ଏସିଆ । ଏହି ତିନୋଟି ବହି ଆମାଜନରେ ମଧ୍ୟ ମିଳୁଛି ।

ତେବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ୍‌ ପୁରସ୍କାର ୬ଟି ବର୍ଗରେ ଦିଆଯାଇଥାଏ । ଏହି ପୁରସ୍କାର ପ୍ରତିବର୍ଷ ୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଅସାଧାରଣ ଦକ୍ଷତା ଏବଂ ସଫଳତା ପାଇଁ ପ୍ରଦାନ କରାଯାଇଥାଏ । ଏବଂ ଅରମାନ ମଧ୍ୟ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣି ଏହି ପୁରଷ୍କାରର ହକଦାର ହୋଇଛନ୍ତି । ଏନେଇ ବାପା ମା’ଙ୍କ ସମେତ ପରିବାର ବର୍ଗ ବେଶ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.