ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି

ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି ରହିବ ।

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି ରହିବ ।

ଏହାସହିତ ଆଳତି ଚାଲିଥିବା ବେଳେ ସେନାର ହେଲିକପ୍ଟର ଅଯୋଧ୍ୟାରେ ପୁଷ୍ପବର୍ଷା କରିବେ । ୩୦ ଜଣ କଳାକାର ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ର ବାଦନ କରିବେ ।

ମନ୍ଦିର ପ୍ରଶାସନ ଅନୁସାରେ, ସେନାର ହେଲିକପ୍ଟର ଅଯୋଧ୍ୟାରେ ପୁଷ୍ପବର୍ଷା କରିବେ । ଆଳତି ସମୟରେ ସମସ୍ତ ଅତିଥିଙ୍କୁ ଘଣ୍ଟି ପ୍ରଦାନ କରାଯିବ, ସେମାନେ ଆଳତି ସମୟରେ ଘଣ୍ଟି ବଜାଇବେ । ସମସ୍ତ କଳାକାର ଗୋଟିଏ ସୁରରେ ବାଦ୍ୟଯନ୍ତ୍ର ବଜାଇବେ ।

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ଦେଶ, ଦୁନିଆରୁ ହଜାର ହଜାର ଶ୍ରଦ୍ଧାଳୁ ଅଯୋଧ୍ୟା ମାଟିରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.