ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ହଟିଲା ନିଲମ୍ବନ

ହଟିଲା ନିଲମ୍ବନ । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ଜଣଙ୍କୁ ସସପେଣ୍ଡ କରାଯାଇଥିଲା ।

କଟକ(କେନ୍ୟୁଜ୍) : ହଟିଲା ନିଲମ୍ବନ । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦୁଇ ଜଣଙ୍କୁ ସସପେଣ୍ଡ କରାଯାଇଥିଲା । ଗତବର୍ଷ ଜୁଲାଇ ୧୫ ତାରିଖରେ ନିଲମ୍ବିତ ହୋଇଥିଲେ ମୋକିମ୍ ଓ ଚିରଞ୍ଜୀବ ।

ନୂଆ ପିସିସି ପ୍ରଭାରୀ ଡକ୍ଟର ଅଜୟ କୁମାର ଦାୟିତ୍ୱ ନେବା ପରେ ପୁରୁଖା ନେତା ଓ ନିଲମ୍ବିତ ନେତାଙ୍କୁ ଦଳକୁ ଫେରାଇ ଅଣାଯିବ ବୋଲି କହିଥିଲେ । ଏହାପରେ କଂଗ୍ରେସକୁ ଫେରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ । ଏହାପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ଆଦେଶ ଉଠିବ ବୋଲି କୁହାଯାଇଥିଲା । ନିର୍ବାଚନ ପୂର୍ବରୁ ଦୁଇ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.