Below header

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲିକପ୍ଟରରୁ ନେଲେ ଭିଡିଓ

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ୧୦.୩୦ ମିନିଟରେ ଅଯୋଧ୍ୟା ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏହାପରେ ୧୦.୪୫ ହେଲିକପ୍ଟର ଯୋଗେ ରାମ ମନ୍ଦିରରେ ପହଞ୍ଚିଛନ୍ତି ।

ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ୧୦.୩୦ ମିନିଟରେ ଅଯୋଧ୍ୟା ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏହାପରେ ୧୦.୪୫ ହେଲିକପ୍ଟର ଯୋଗେ ରାମ ମନ୍ଦିରରେ ପହଞ୍ଚିଛନ୍ତି । ଦ୍ୱିପ୍ରହର ୧୨.୦୫-୧୨.୫୫ ମଧ୍ୟରେ ପ୍ରାଣ ପ୍ରତିଷ୍ଠା ପୂଜାରେ ସାମିଲ ହେବେ ମୋଦି । ଏହାପରେ ୧ଟାରେ ସାର୍ବଜନିନ ସଭାକୁ ସମ୍ବୋଧିତ କରିବେ । ୨ଟା ୧୦ରେ କୁବେରଟିଲା ଯିବେ ପ୍ରଧାନମନ୍ତ୍ରୀ ।

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରେ ଦେଶ ବିଦେଶରୁ ସାଧୁସନ୍ଥ ଓ ଭିଭିଆଇପିଙ୍କ ଭିଡ଼ । ବହୁ ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅମ୍ବାନୀ, ଅଦାନୀଙ୍କ ଭଳି ଶିଳ୍ପପତି ଯୋଗ ଦେଉଛନ୍ତି  । ୫୪ ଦେଶର ୧୦୦ ପ୍ରତିନିଧିଙ୍କ ସହ ୭ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ଯୋଗ ଦେବେ । ୫ଶହରୁ ଅଧିକ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ମଧ୍ୟ ଏଥିରେ ସାମିଲ ହେବେ ।

ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଅଯୋଧ୍ୟା । ପ୍ରବେଶ ମାର୍ଗରୁ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ପ୍ରତି ସ୍ଥାନରେ ପୋଲିସ ଓ ଏଟିଏସ କମାଣ୍ଡୋ ମୁତୟନ ହୋଇଛନ୍ତି । ସଜାଗ ଅଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ୧୩ ହଜାର ସୁରକ୍ଷାକର୍ମୀ, ଆଣ୍ଟି ବମ୍ ସ୍କାଡ୍ ଓ ଡଗ୍ ସ୍କ୍ବାଡ୍ ମୁତୟନ ହୋଇଛନ୍ତି । ଆକାଶ ମାର୍ଗରୁ ନଜର ରଖିଛି ଡ୍ରୋନ୍। ୭ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.