Below header

ଦ୍ଵିତୀୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଫତେଗଡ଼ ଗିରି ଗୋବନ୍ଧନ ପାହାଡ, ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ ଉପରେ ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର । ଏଥିପାଇଁ ଶ୍ରୀରାମ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିର ସଜେଇ ହେଉଛି । ୨ୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଫତେଗଡ଼ ଗିରି ଗୋବନ୍ଧନ ପାହାଡ। ଏଥିପାଇଁ ଗତ ୧୭ ତାରିଖରୁ ପୂଜାପାଠ ଆରମ୍ଭ ହୋଇଛି ।

ନୟାଗଡ଼ (କେନ୍ୟୁଜ୍): ଆଜି ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଦେଶର ନଜର ଅଯୋଧ୍ୟା ଉପରେ । ଏପଟେ ଓଡ଼ିଶାରେ ନୟାଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର । ଯାହା ରହିଛି ଭାପୁର ବ୍ଲକ ଫତେଗଡ଼ ପାହାଡ ଉପରେ । ଏଥିପାଇଁ ଶ୍ରୀରାମ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିର ସଜେଇ ହେଉଛି।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପାହାଡ ଉପରେ ପ୍ରତିଷ୍ଠା ହେବାକୁ ଯାଉଛି ଏହି ଭବ୍ୟ ରାମ ମନ୍ଦିର । ଏଥିପାଇଁ ଶ୍ରୀରାମ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିର ସଜେଇ ହେଉଛି । ୨ୟ ଅଯୋଧ୍ୟାର ଭ୍ରମ ସୃଷ୍ଟି କରୁଛି ଫତେଗଡ଼ ଗିରି ଗୋବନ୍ଧନ ପାହାଡ। ଏଥିପାଇଁ ଗତ ୧୭ ତାରିଖରୁ ପୂଜାପାଠ ଆରମ୍ଭ ହୋଇଛି ।

ମନ୍ତ୍ର, ବେଦ ପାଠରେ ପ୍ରକମ୍ପିତ ହୋଇ ଉଠିଛି ଫତେଗଡ ଗାଁ ଓ ଗିରି ଗୋବର୍ଦ୍ଧନ ପାହାଡ । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଶ୍ରୀରାମ ମନ୍ଦିର ଯଜ୍ଞ ମଣ୍ଡପ ପରିଦର୍ଶନ ସହ ଗୁରୁପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.