ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ଼ ଷ୍ଟାର

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସମୟରେ ସମଗ୍ର ଦେଶରେ ଏକ ଉତ୍ସବର ପରିବେଶରେ ରହିଛି । ବଲିଉଡର ସମସ୍ତ ବଡ ସେଲିବ୍ରେଟି ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅଯୋଧ୍ୟାକୁ ଯାଇଛନ୍ତି ।

ଆଜି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସମାରୋହରେ ସମଗ୍ର ଦେଶର ଲୋକମାନେ ରାମଙ୍କ ପ୍ରତି ଭକ୍ତିରେ ବୁଡି ରହିଛନ୍ତି ଏବଂ ରାମଙ୍କ ନାମ ସବୁଆଡେ ଶୁଣିବାକୁ ମିଳୁଛି । ଆଜି ସମସ୍ତ ସ୍ଥାନରେ କେବଳ ଗୋଟିଏ ନାମ ରହିଛି, ଏହା ସହ ସମସ୍ତଙ୍କ ମୁହଁରେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଣୁଣିବାକୁ ମିଳୁଛି । ଏହି ସମୟରେ ସମଗ୍ର ଦେଶରେ ଏକ ଉତ୍ସବର ପରିବେଶରେ ରହିଛି । ଏଥି ସହିତ ପ୍ରତ୍ୟେକ କ୍ଷେତ୍ରର ଭେଟେରାନମାନେ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତରେ ଯୋଗ ଦେବା ପାଇଁ ରାମନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ବଲିଉଡର ସମସ୍ତ ବଡ ସେଲିବ୍ରେଟି ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅଯୋଧ୍ୟାକୁ ଯାଇଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିକି ଓ କ୍ୟାଟ୍ :
ସୋମବାର ଦିନ ଅନେକ ବଲିଉଡ ସେଲିବ୍ରିଟି ଅଯୋଧ୍ୟାରେ ରାମଲାଲାଙ୍କ ସମାରୋହରେ ଯୋଗଦେବା ପାଇଁ ମୁମ୍ବାଇର କାଲିନା ବିମାନବନ୍ଦରରେ ପହଞ୍ଚିଥିଲେ । କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହି ସମୟରେ କ୍ୟାଟ୍ରିନା ଏବଂ ବିକି କୌଶଲ ପାରମ୍ପାରିକ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

କ୍ୟାଟ୍ରିନା କୈଫ ଏହି ବିଶେଷ ଉତ୍ସବ ପାଇଁ ହଳଦିଆ ରଙ୍ଗର ସ୍ଲିକ୍ ଶାଢୀ ପିନ୍ଧିଥିଲେ ଏବଂ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେହିପରି ସ୍ଲିକ୍ ର କୁର୍ତ୍ତା ପାଇଜାମାରେ ବିକି କୌଶଲ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ । ଅଯୋଧ୍ୟା ଯିବା ପୂର୍ବରୁ ଏହି ଦମ୍ପତି ମଧ୍ୟ ପପରାଜିମାନଙ୍କୁ ପୋଜ୍ ଦେଇଥିଲେ ।

ଅମିତାଭ ବଚ୍ଚନ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି :
ବଲିଉଡର ଶହେନ୍ସା ଅର୍ଥାତ୍ ଅମିତାଭ ବଚ୍ଚନଙ୍କୁ ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ବିଗ୍ ବି ଅଯୋଧ୍ୟାକୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଯାଇଛନ୍ତି । ଏହି ସମୟରେ ଅମିତାଭ ବଚ୍ଚନଙ୍କୁ ଧଳା କୁର୍ତ୍ତା ପାଇଜାମାରେ ଦେଖିବାକୁ ମିଳିଥିଲା । ସେଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅମିତାଭ ବଚ୍ଚନ କାରରୁ ଓହ୍ଲାଇବା ମାତ୍ରେ ସେ ସିଧା ବିମାନବନ୍ଦର ଭିତରକୁ ଯାଇଥିଲେ ।

ରନବୀର ଓ ଆଲିଆ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି :
‘ଆନିମଲ’ ଅଭିନେତା ରନବୀର କପୁର ମଧ୍ୟ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କ ସହ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟରେ ରନବୀର ଧୋତି ଏବଂ କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ । ଆଲିଆ ଭଟ୍ଟ ଏକ ସୁନ୍ଦର ନୀଳ ରଙ୍ଗର ଶାଢୀ ପିନ୍ଧିଥିଲେ । ପାରମ୍ପାରିକ ପୋଷାକରେ ଏହି ଦମ୍ପତି ବହୁତ ଭଲ ଦେଖାଯାଉଥିଲେ । ଏହି ସମୟରେ ଭାରତୀୟ ‘ପୋଲିସ ଫୋର୍ସ’ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଆଲିଆ ଭଟ୍ଟ ଏବଂ ରନବୀର କପୁରଙ୍କ ସହ ମଧ୍ୟ ନଜର ଆସିଥିଲେ ।

ଜ୍ୟାକି ଶ୍ରଫ୍ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଥିଲେ :
ବଲିଉଡର ଭେଟେରାନ ଅଭିନେତା ଜ୍ୟାକି ଶ୍ରଫ୍‌ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସମୟ ମଧ୍ୟରେ ଅଭିନେତା ଧଳା କୁର୍ତ୍ତା ପାଇଜାମା ପିନ୍ଧିଥିଲେ ଏବଂ ତାଙ୍କ ବେକରେ ନାଲି ରଙ୍ଗର ମଫଲର ଥିଲା । ଏହା ସହ ଜ୍ୟାକି ଶ୍ରଫ୍ ତାଙ୍କ ହାତରେ ଏକ ଗଛ ମଧ୍ୟ ଧରିଥିଲେ ।

ମାଧୁରୀ ଦୀକ୍ଷିତ ସ୍ୱାମୀ ଶ୍ରୀ ରାମ ନେନେଙ୍କ ସହ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି :
ବଲିଉଡର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ମଧ୍ୟ ସ୍ୱାମୀ ଶ୍ରୀ ରାମ ନେନେଙ୍କ ସହ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ଅଭିନେତ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିଲେ । ପାରମ୍ପାରିକ ଲୁକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଥିଲେ । ଯେତେବେଳେ କି ତାଙ୍କ ସ୍ୱାମୀ ଶ୍ରୀ ରାମ ନେନେ ମାରୁନ ରଙ୍ଗର କୁର୍ତ୍ତା ସହିତ ଧଳା ପାଇଜାମା ପିନ୍ଧିଥିଲେ ।

ଆୟୁଷ୍ମାନ ଖୁରାନା ମଧ୍ୟ ଏହି ସମାରୋହରେ ଯୋଗ ଦେଇଛନ୍ତି :
‘ଡ୍ରିମ୍ ଗାର୍ଲ ୨’ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ଆୟୁଷ୍ମାନ ଖୁରାନା ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଯୋଧ୍ୟାକୁ ଯାଇଛନ୍ତି । ଏହି ସମୟରେ ଅଭିନେତା ଧଳା କୁର୍ତ୍ତା ପାଇଜାମା ସହିତ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଥିଲେ ।

ରାଜକୁମାର ହିରାନୀ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି :
ଫିଲ୍ମ ‘ଡଙ୍କି’ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅଯୋଧ୍ୟାକୁ ଯାଇଛନ୍ତି । ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଅଯୋଧ୍ୟାର ଏହି ଐତିହାସିକ ମୁହୂର୍ତ୍ତରେ ଯୋଗ ଦେବା ବଲିଉଡର ଅନ୍ୟାନ୍ୟ ସେଲିବ୍ରେଟିମାନେ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଏଥି ସହିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ସାଉଥ୍‌ରୁ ମଧ୍ୟ ଅନେକ ସେଲିବ୍ରେଟ୍ ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେହି ସେଲିବ୍ରେଟିମାନଙ୍କ ମଧ୍ୟରେ ରଜନୀକାନ୍ତ ଏବଂ ଅନେକ ବଡ଼ ବଡ଼ ସାଉଥ୍ ସୁପରଷ୍ଟାର ଅନ୍ତର୍ଭୁକ୍ତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.