Below header

ଓଲଟିଲା ଗୋ-ଚାଲାଣ କଣ୍ଟେନର : ଆଖିବୁଜିଲେ ୨୦ ଗୋରୁ

 ଓଲଟିଲା ଗୋ-ଚାଲାଣ କରୁଥିବା କଣ୍ଟେନର। ୨୦ ଗୋରୁ ମୃତ ଅନେକ ଆହତ। ବୁର୍ଡ଼- ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ ଗୋରୁ ବିଝେଇ ହୋଇ ଚଲାଣ ହେଉଥିବା ସମୟରେ ଭାରସାମ୍ୟ ହରାଇ ବିଶିମୁଣ୍ଡା ଛକରେ ଓଲଟି ପଡ଼ିଥିଲା କଣ୍ଟେନରଟି ।

ସୁବର୍ଣ୍ଣପୁର (କେନ୍ୟୁଜ୍):  ଓଲଟିଲା ଗୋ-ଚାଲାଣ କରୁଥିବା କଣ୍ଟେନର। ୨୦ ଗୋରୁ ମୃତ ଅନେକ ଆହତ। ବୁର୍ଡ଼- ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ ଗୋରୁ ବିଝେଇ ହୋଇ ଚଲାଣ ହେଉଥିବା ସମୟରେ ଭାରସାମ୍ୟ ହରାଇ ବିଶିମୁଣ୍ଡା ଛକରେ ଓଲଟି ପଡ଼ିଥିଲା କଣ୍ଟେନରଟି । ଯାହାଫଳରେ କଣ୍ଟେନର ତଳେ ଚାପିହୋଇ ୨୦ ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନେକ ଗୋରୁ ଗୁରୁତର ଆହତ ହୋଇଛନ୍ତି ।

ଏହାସହିତ ଅନେକ ଗୋରୁ ଏବେବି କଣ୍ଟେନର ତଳେ ଚାପି ହୋଇ ରହିଥିବାବେଳେ ସ୍ଥାନୀୟ ଲୋକେ ଗୋରୁ ମାନଙ୍କୁ ଉଦ୍ଧାର କରୁଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି । ସୋନପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି । ତେବେ ଗାଡି ଚାଳକ ଏବଂ ଗୋଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.