ଚିନ୍ତାରେ ବାଦାମ ଚାଷୀ, ଗଛ ନଷ୍ଟ କରୁଛନ୍ତି ପୋକ

ପୁରୀ ଜିଲ୍ଲାର କଣାସ ବ୍ଲକରେ ରବି ଋତୁରେ ଚାଷୀମାନେ ବାଦାମ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବାଦାମରେ ପୋକ ଲାଗିବା ପରେ ଚାଷୀଙ୍କ ମନରେ ଆତଙ୍କ ଦେଖା ଦେଇଛି । ସେପଟେ ଯତେ କୀଟନାଶକ ଔଷଧ ପକାଇଲେ ମଧ୍ୟ ପୋକ ଗଛରୁ ଯିବା ପାଇଁ ନାଁ ଧରୁ ନଥିବାବେଳେ ପୁରୀ ଜିଲ୍ଲା କୃଷି ବିଭାଗ ଏଥିପାଇଁ ହାତ ଟେକି ଦେଇଛି ।

ପୁରୀ ଜିଲ୍ଲାର କଣାସ ବ୍ଲକରେ ରବି ଋତୁରେ ଚାଷୀମାନେ ବାଦାମ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବାଦାମରେ ପୋକ ଲାଗିବା ପରେ ଚାଷୀଙ୍କ ମନରେ ଆତଙ୍କ ଦେଖା ଦେଇଛି । ସେପଟେ ଯତେ କୀଟନାଶକ ଔଷଧ ପକାଇଲେ ମଧ୍ୟ ପୋକ ଗଛରୁ ଯିବା ପାଇଁ ନାଁ ଧରୁ ନଥିବାବେଳେ ପୁରୀ ଜିଲ୍ଲା କୃଷି ବିଭାଗ ଏଥିପାଇଁ ହାତ ଟେକି ଦେଇଛି । ପୁରୀ ଜିଲ୍ଲାର କଣାସ ବ୍ଲକ । ଏଠାରେ ବନ୍ୟାର ବିଭିଷିକା ପ୍ରତିବର୍ଷ ଦେଖିବାକୁ ମିଳିଥାଏ । କେବେ ବନ୍ୟାଜଳ ନଦୀରେ ପୂର୍ଣ୍ଣ ଅବସ୍ଥାରେ ପ୍ରବାହିତ ହେଉଥାଏ ତ ପୁଣି କେତେ ବେଳେ ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇ ଚାଷ ଜମିରେ ଡ଼ଙ୍ଗା ଚାଲିଥାଏ ।

ଏହା ଫଳରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ । ତେବେ ରବି ଋତୁରେ ଚାଷୀମାନେ ନିଜର ହେକ୍ଟର ହେକ୍ଟର କ୍ଷେତରେ ବାଦାମ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବାଦାମ କ୍ଷେତରେ ଭଲ ଗଛ ହୋଇଥିବାବେଳେ ସେଥିରେ ପୋକ ଏବେ ନାହିଁ ନ ଥିବା କ୍ଷତି କୁରୁଛନ୍ତି । ସମସ୍ତ ଚାଷୀଙ୍କ କ୍ଷେତରେ ଅସଂଖ୍ୟ ପରିମାଣର ପୋକ ଲାଗି ଗଛ ଗୁଡ଼ିକ ନଷ୍ଟ କରିବାରେ ଲାଗି ପଡ଼ିଲାଣି । ଯେତେ କୀଟନାଶକ ପକାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କଣାସ ବ୍ଳକର ପାଣ୍ଡିକେରା ଗଡ଼ସାପୁଟ ଗଡ଼ବଡ଼ପୁଟ ଆଦି ପଞ୍ଚାୟତର ଦୁଇ ହଜାର ହେକ୍ଟର ଜମିରେ ଚାଷୀମାନେ ବାଦାମ ଚାଷ କରିଥାନ୍ତି ।

ତେବେ ଚଳିତ ବର୍ଷ ଭଲ ଫସଲ ହୋଇଥିବାବେଳେ ଚାଷୀମାନେ ବେଶ ଦୁଇ ପଇସା ରୋଜଗାର କରିବେ ବୋଲି ମନରେ ଆଶା ରଖିଥିଲେ । ତେବେ ଏହି ପୋକ ଯୋଗୁଁ ଆଶା ଅଧାରେ ରହିଗଲା । ବଜାରରୁ ଯେତେ କୀଟନାଶକ ପକାଇଲେ ବି ପୋକ ମରୁ ନାହାନ୍ତି । ସେପଟେ ଚାଷୀମାନଙ୍କ ଆବଶ୍ୟକତାକୁ ଅଳ୍ପ ମାତ୍ରରେ ପୂରଣ କରାଯାଇଥିବାବେଳେ ସମ୍ପୂ୍‌ର୍ଣ୍ଣ ଆବଶ୍ୟକତାକୁ ପୂରଣ କରାଯାଇ ପାରିବ ନାହିଁ । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ନିଜ ଅଣ୍ଟା ସଳଖିବା ପାଇଁ ବାଦାମ ଚାଷକୁ ଆପଣେଇଥିବାବେଳେ ବାଦାମ ଗଛରେ ଲାଗିଥିବା ଏହି ପୋକକୁ ଯଦି କୃଷି ବିଭାଗ ନଜର ଅନ୍ଦାଜ ନ ଦିଏ । ତେବେ ଚାଷୀମାନେ ଜୀବନ ଜିଇଁବା ପାଇଁ ସଂଘର୍ଷ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.