ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପହଞ୍ଚିଲେ ବିରାଟ କୋହଲି ଓ ଅନ୍ୟ ଖେଳାଳି, ଭିଡିଓ ଭାଇରଲ

ଅଯୋଧ୍ୟାରେ ପହଞ୍ଚିଛନ୍ତି ଭାରତୀୟ ଟିମର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ବିରାଟ ଅନୁଷ୍କାଙ୍କ ସହିତ ପହଞ୍ଚିସାରିଲେଣି । କେବଳ ବିରାଟ କୋହଲି ନୁହେଁ, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ ସମେତ ଅନେକ ଖେଳାଳି ଅଯୋଧ୍ୟାରେ ସାମିଲ ରହିଛନ୍ତି ।

ଅଯୋଧ୍ୟାରେ ପହଞ୍ଚିଛନ୍ତି ଭାରତୀୟ ଟିମର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ବିରାଟ ଅନୁଷ୍କାଙ୍କ ସହିତ ପହଞ୍ଚିସାରିଲେଣି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

କେବଳ ବିରାଟ କୋହଲି ନୁହେଁ, ରୋହିତ ଶର୍ମା, ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ ସମେତ ଅନେକ ଖେଳାଳି ଅଯୋଧ୍ୟାରେ ସାମିଲ ରହିଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ନଗରୀ ବଧୂ ପରି ସଜେଇ ହୋଇଛି । ସମଗ୍ର ଦେଶବାସୀଙ୍କ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ତେଣୁ ଅଯୋଧ୍ୟା କଡା ସୁରକ୍ଷାରେ ରହିଛି । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରେ ଦେଶ ବିଦେଶରୁ ସାଧୁସନ୍ଥ ଓ ଭିଭିଆଇପିଙ୍କ ଭିଡ଼ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଆଉ କିଛି ସମୟ ବାକି ରହିଛି । ୧୨ଟା ୫ମିନିଟରୁ ୧୨ଟା ୫୫ ମିନିଟ ପର୍ଯ୍ୟନ୍ତ ଚାଲିବ ପ୍ରାଣପ୍ରତିଷ୍ଠା ରୀତି ନୀତି । ବେଦ ପାଠ ଓ ମନ୍ତ୍ରଧ୍ବନୀରେ ମୁଖରିତ ରାମତୀର୍ଥ ଅଯୋଧ୍ୟା। ରାମଧ୍ବନୀରେ ଗୁଞ୍ଜରିତ ହେଉଛି ଗଗନପବନ । ମଙ୍ଗଳଧ୍ବନୀରେ ମୁଖରିତ ହେଉଛି ମନ୍ଦିର ପ୍ରାଙ୍ଗଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.