Below header

ହୋଟେଲ ରୁମରେ ପ୍ରେମିକାକୁ ମାରିଦେଲା ପ୍ରେମିକ ! କଣ୍ଟା ଚାମଚରେ ୮୦ ଥର ଆକ୍ରମଣ କଲା ପରେ ଗଳା ଚିପି କଲା ହତ୍ୟା, ଆଉ ନିଜେ ଝୁଲି ପଡିଲା ଫାଶିରେ

ପ୍ରେମ ଯାହା ଅଢ଼େଇ ଅକ୍ଷରରେ ସ୍ରୁଷ୍ଟି। ପ୍ରେମ ଏମିତି ଏକ ଶବ୍ଦ ଯାହା ପାଇଁ ଲୋକେ ଜାତି-ଗୋତ୍ର, ବର୍ଣ୍ଣ-ଧର୍ମ, ବୟସ କିଛି ଦେଖେନା। କଲେଜ ବେଳର ପ୍ରେମ ତ ସବୁଠାରୁ ନିଆରା। ଆଜି ବି ଏମିତି ଏକ କଲେଜ ପ୍ରେମର ଜଙ୍ଘନ୍ୟ କାଣ୍ଡ ବିଷୟରେ ଆପଣଙ୍କୁ କହିବୁ। ପ୍ରେମର ଭୟଙ୍କର ଅନ୍ତ ବିଷୟରେ ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ଲକ୍ଷ୍ନୌର କୃଷ୍ଣା ନଗର ଥାନା ପଛରେ ଥିବା ହୋଟେଲ ମୁଭମେଣ୍ଟର ତୃତୀୟ ମହଲାରେ ଥିବା ରୁମ୍‌ ନମ୍ବର ୩୧୦ରେ ଜଣେ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି। ହୋଟେଲ ମ୍ୟାନେଜରଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ହୋଟେଲ ରୁମର କବାଟ ଭାଙ୍ଗିଥିଲେ। ଭିତରକୁ ଯାଇ ଦେଖିଲେ ତ ଯୁବତୀ ପଡିଛନ୍ତି ସୋଫା ଉପରେ ଆଉ ଯୁବକ ଝୁଲୁଛନ୍ତି ପଙ୍ଖାରେ। ପୋଲିସର କହିବାନୁଯାୟୀ ପ୍ରେମିକାର ଗଳା ଚିପି ହତ୍ୟା କରିବା ପରେ ଯୁବକ ଜଣଙ୍କ ଫ୍ୟାନରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି।

murderତେବେ ଘଟଣାସ୍ଥଳରେ ଉଭୟ ପରିବାର ପହଁଚି ଦୁଇ ପରିବାର ଆରୋପ ଲଗାଇଥିଲେ। ପୋଲିସର କହିବା ମୁତାବକ ପ୍ରେମୀ ଯୋଡି ବୁଧବାର ଘରୁ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ରାହୁଲ ନାମକ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ରାହୁଲ ଯୁକ୍ତ ୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ର। ସେହିପରି ଯୁବତୀ ନ୍ୟାନସିଙ୍କ ବାପା ସଚିବାଳୟରେ ଶ୍ରମ ବିଭାଗରେ ଚାକିରି କରିଥିଲେ। ନ୍ୟାନସିଙ୍କ ପରିବାର ସରୋଜିନୀ ନଗର ଥାନା ଅଞ୍ଚଳରେ ରହୁଥିଲେ।

murderସୂଚନା ମୁତାବକ ଦୁହିଁଙ୍କ ମଧ୍ୟରେ ୪ ବର୍ଷର ପ୍ରେମ ସମ୍ପର୍କ ଥିଲା। ଆଉ ସେମାନଙ୍କ ଏହି ସମ୍ପର୍କ ବିଷୟରେ ଉଭୟ ପରିବାର ଜାଣିଥିଲେ। କିନ୍ତୁ ଯେତେବେଳେ କଥା ବିବାହ ଆଡକୁ ଗଲା ସେତେବେଳେ କଥା ବିଗିଡିଗଲା। ଆଉ ଯୁବତୀ ଜଣଙ୍କ ରାହୁଲଙ୍କ ଠାରୁ ଦୂରେଇ ଦୂରେଇ ରହିଲେ ଯୋଉଟାକୁ ସହିପାରିଲେନି ଯୁବତୀ। ତେବେ ସମ୍ପର୍କରେ ଆସିଥିବା ଫାଟକୁ ଦୂର କରିବା ପାଇଁ ଦୁଇ ଜଣ ସାଥିରେ ବାହାରକୁ ବାହାରିଥିଲେ। କିନ୍ତୁ ଯୁବତୀ ଜଣଙ୍କ ରାହୁଲର ଚକ୍ରାନ୍ତରେ ଅଜଣା ଥିଲେ। ଯୁବକ ଗଲାବେଳେ ନିଜ କାରରେ ଏକ ରସି ବି ନେଇ ଯାଇଥିଲେ ବୋଲି ସୂଚନା ରହିଛି।

murderକଣ୍ଟା ଚାମଚରେ ପ୍ରେମିକାକୁ ମାରିଲା ପ୍ରେମିକ

ପୋଲିସ ସୂତ୍ରରୁ ଜଣାପଡିଛି ଯେ ରାହୁଲ ଏବଂ ନେନସି ଦିନ ୧୨.୪୦ ସମୟରେ ହୋଟେଲ ମୁଭମେଣ୍ଟରେ ରୁମ୍‌ ବୁକ୍‌ କରିଥିଲେ। ସଂଧ୍ୟ୍ୟାବେଳେ ଟିଫିନରେ ଫାଷ୍ଟ ଫୁଡ୍‌ ଅର୍ଡର କରିଥିଲେ। ରାତିରେ ଖାଦ୍ୟ ଖାଇବା ସମୟରେ ଦୁହିଁଙ୍କ ଭିତରେ କୌଣସି କାରଣରୁ ଝଗଡା ହେଲା। ଯାହାପରେ ଅନୁମାନ କରାଯାଉଛି ଯେ ଫାଷ୍ଟଫୁଡ୍‌ ଖାଉଥିବା କଣ୍ଟା ଚାମଚରେ ଯୁବତୀଙ୍କ ପେଟ, ବେକ ଏବଂ ଛାତିକୁ ଅନେକ ଥର ଆକ୍ରମଣ କରିଥିଲେ। ଆଉ ଏହାପରେ ଗଳା ଚିପି ହତ୍ୟା କରି ସୋଫା ଉପରେ ପକାଇ ଦେଲେ ଯୁବକ। ଏହାପରେ ନିଜେ ସାଙ୍ଗରେ ନେଇ ଯାଇଥିବା ରଶି ସାହାଯ୍ୟରେ ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା କରିନେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.